ବାପା ଜେଲରେ, ମାଆ ଆରପାରିରେ ! ଭିକ ମାଗି ୪ ଶିଶୁଙ୍କ ମୁହଁରେ ଦାନା ଦେଉଛନ୍ତି ଜେଜେ ବାପା-ଜେଜେ ମାଆ ।

ପରିଣତ ବୟସରେ ଭିକ୍ଷା ମାଗି ନାତି ନାତୁଣୀଙ୍କ ମୁହଁରେ ଆହାର ଦେଉଛନ୍ତି ଜେଜେ ବାପା ଜଟିଆ ମଲ୍ଲିକ ।

274

କନକ ବ୍ୟୁରୋ: ଦାରିଦ୍ରତାର କଷାଘାତରେ ବାପାମା’ ଛେଉଣ୍ଡ ୪ ଶିଶୁ । ବାପା ଜେଲରେ, ମାଆ ଆରପାରିରେ, ଆଉ ବୁଢା ଜେଜେ ବାପା ଜେଜେ ମାଆଙ୍କ ପାଖରେ ବିତୁଛି ୪ ଶିଶୁଙ୍କ ଅସହାୟ ଜୀବନ । ପରିଣତ ବୟସରେ ଭିକ୍ଷା ମାଗି ନାତି ନାତୁଣୀଙ୍କ ମୁହଁରେ ଆହାର ଦେଉଛନ୍ତି ଜେଜେ ବାପା ଜଟିଆ ମଲ୍ଲିକ । ଯେଉଁମାନଙ୍କ ପେଟକୁ ଦାନା ଦେବା ପାଇଁ ଜେଜେ ବାପା ଭିକ ମାଗନ୍ତି, ସେମାନଙ୍କ ପାଠ ପଢା କଥା ଭାବିବା ସ୍ୱପ୍ନ ।

ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ସୋର ବ୍ଲକ ପୁରୁଷୋତମପୁର ଗାଁରେ । ଗ୍ରାମର ମହେନ୍ଦ୍ର ମଲ୍ଲିକ ଜେଲରେ ଥିବା ବେଳେ ସ୍ତ୍ରୀ ମିନତି ମଲ୍ଲିକ ଆରପାରିକୁ ଚାଲି ଯାଇଛନ୍ତି । ଫଳର ସେମାନଙ୍କ ଦୁଇଝିଅ ଓ ଦୁଇପୁଅ ଅନାଥ ହୋଇଯାଇଛନ୍ତି । ବଡଝିଅ ପୂଜା ୫ବର୍ଷ, ସାନ ଝିଅ ତପସ୍ୟା ୩ବର୍ଷ, ବଡପୁଅ ଜିତୁ ୨ ବର୍ଷ ଓ ସାନପୁଅ ଗଣେଷ ମାତ୍ର ୪ ମାସ । ୯ମାସ ହେବ ଏକ ପରାଧିକ ମାମଲାରେ ଜେଲେରେ ଅଛନ୍ତି ମହେନ୍ଦ୍ର । ଆଉ ଏବେ ଏହି ୪ ଜଣ ଶିଶୁଙ୍କ ସାହା ଭରଷା ବୃଦ୍ଧ ଜେଜେବାପା ଓ ଜେଜେମାଆ । ବୟସର ଅପରାହ୍ନରେ କାମ କରିବାକୁ ବଳ ନଥିବାରୁ ଜେଜେବାପା ଭିକ ମାଗି ପିଲାଙ୍କ ମୁହଁରେ ଆହାର ହେଉଛନ୍ତି ।

ଗାଁ ଲୋକମାନେ ଯେତେବେଳେ ଯାହା ପରନ୍ତି ସାହାର୍ଯ୍ୟ କରିନ୍ତି । ଏହି  ୪ ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ସହାୟତା ଦେବା ସହ ସମସ୍ତ ସରକାରୀ ଯୋଜନା ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରାଯାଇଛି । ଏହିଭଲି ଏକ ଦୁଃଖଦ ଘଟଣା ବାବଦରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ପଦକ୍ଷେପ ନିଆଯିବ । ଯଥା ଶୀଘ୍ର ଶିଶୁମାନଙ୍କ ପାଇଁ ଶୀତ ପୋଷାକ ଯୋଗାଇବା ସହ ସରକାର ଯୋଜନାରେ ଘର ବଡଝିଅ ପାଠ ପଢାର ସୁବିଧା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ସ୍ଥାନମୀୟ ତହସିଲଦାର ।  ଏହି ଭଳି ଦୁସ୍ଥ ପରିବାର ଯଦି ସରକାରୀ ଯୋଜନାର ସୁଫଳ ନପାଇବେ, ତେବେ ସରକାରୀ ଯୋଜନା ଯେ, କେତେ ସଫଳ ତାହା ଆଗାମୀ ସମୟସର ଏକ ବଡ ପ୍ରଶ୍ନ ହୋଇରହିବ ।