ଅଲିମ୍ପିକ୍ସରେ ପଦକ ଜିତିବା ପରେ ଜନ୍ମମାଟିରେ ଓଡ଼ିଆ ହକି ଖେଳାଳି । ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଭବ୍ୟ ସମ୍ବର୍ଦ୍ଧନା, କେକ୍ କାଟି ଖୁସି ମନାଇଲେ ପରିବାର । 

242

କନକ ବ୍ୟୁରୋ : ଦେଶ ପାଇଁ ପଦକ ଜିତି ଜନ୍ମମାଟିକୁ ଫେରିବାର ମୂହୂର୍ତ । ସୁନା ପୁଅକୁ ଚାହିଁ ରହିଥିଲେ ମା, ପରିବାର ଓ ସାହି ପଡିଶାଙ୍କ ସମେତ ଶହ ଶହ ଗାଁ ଲୋକ । ଜନ୍ମମାଟିରେ ପହଁଚିବା ପରେ, ବାଜା, ବାଣ ଏବଂ ରୋଷଣିରେ ସ୍ୱାଗତ କରିଥିଲେ ସ୍ଥାନୀୟ ବାସିନ୍ଦା । ଆଦିବାସୀ ପରମ୍ପରାରେ ହକି ଖେଳାଳି ଅମିତ୍ ରୋହିଦାସ ଗୃହ ପ୍ରବେଶ କରିଥିଲେ । ଏହି ମୂହୂର୍ତ ଉଭୟ ଅମିତ ଓ ତାଙ୍କ ପରିବାର ପାଇଁ ଥିଲା ଗୌରବର ସମୟ ।

ଘର ଭିତରକୁ ଯିବା ପରେ ଘର ଭିତରେ କେକ୍ କାଟିଥିଲେ ଅମିତ । ତା ପରେ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ଭଉଣୀମାନେ  । ଏହି ସମୟରେ ଦିବଂଗତ ବାପାଙ୍କୁ ମନେପକାଇଥିଲେ ଅମିତ ରୋହିଦାସ  । ଅଲିମ୍ପିକ୍ସରୁ ପଦକ ଜିତି ଫେରିଥିବାରୁ ବେଶ୍ ଖୁସି ଥିଲେ ପରିବାର ଲୋକେ  । ଦିଲ୍ଲୀପ ତୀର୍କିଙ୍କ ନେତୃତ୍ୱରେ ଅମିତଙ୍କ ଗାଁ ସଉନାମୁରାରେ ଆୟାଜିତ ହୋଇଥିଲା ଭବ୍ୟ ସ୍ୱଗତ କାର୍ଯ୍ୟକ୍ରମ ।

ଦୁଇ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସୁନ୍ଦରଗଡ଼ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଥିଲା । ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ସ୍ୱାଗତ କରିଥିଲେ ତଳସରା ବିଧାୟକ ଏବଂ ପ୍ରଶାସନିକ ଅଧିକାରୀ  ।

ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ବିଜୟୀ ହେବାରେ ଏହି ଦୁଇ ଓଡିଆ ଖେଳାଳିଙ୍କ ଯଥେଷ୍ଟ ଯୋଗଦାନ ରହିଛି । ଗାଁ ମାଟିରୁ ଯାଇ  ବିଦେଶରୁ ଦେଶ ପାଇଁ ଗୌରବ ଆଣିଥିବାରୁ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତିି ।