କନକ ବ୍ୟୁରୋ: ଝାରସୁଗୁଡ଼ା ବିମାନ ବନ୍ଦରରେ ୪ ହକି ଖେଳାଳି ପହଂଚିବା ପରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବାଜା ବଜାଇ, ଫୁଲ ମାଳ ପକାଇ ପାରମ୍ପରିକ ଢଙ୍ଗରେ ସମ୍ବର୍ଦ୍ଧନା ଦିଆଯାଇଛି । ଭାରତୀୟ ପୁରୁଷ ଓ ମହିଳା ହକି ଦଳରେ ସାମିଲ ସୁନ୍ଦରଗଡ଼ ଜିଲ୍ଲାର ୪ ଖେଳାଳି ଦିଲ୍ଲୀରୁ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇ ସୁନ୍ଦରଗଡ଼ ଅଭିମୁଖେ ଯାଇଛନ୍ତି ।
ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଆଜି ନିଜ ଗାଁ ମାଟିକୁ ଫେରୁଛନ୍ତି । ଅଲିମ୍ପିକ୍ସରେ ପୁରୁଷ ହକି ଦଳର ପଦକ ବିଜୟ ଓ ମହିଳା ହକି ଦଳର ଲଢୁଆ ପ୍ରଦର୍ଶନ ପରେ ଚାରିଆଡୁ ଏହତ ଖେଳାଳିମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/1-33.jpg)