କନକ ବ୍ୟୁରୋ : ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ସେଲିବ୍ରେଟିଙ୍କ ‘ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ - ଜ଼ୀ ସାର୍ଥକ ସଂସାର ଡାନ୍ସ ଲିଗ' ଆରମ୍ଭରୁ ଦର୍ଷକଙ୍କ ମନ ଜିତିଛି । ଏହି ରିଅଲିଟି ଶୋରେ ଅଭିନେତ୍ରୀମାନେ ପରସ୍ପରକୁ ଦେଇଛନ୍ତି କଡ଼ା ଟକ୍କର । ଜୀ-ସାର୍ଥକରେ ପ୍ରସାରିତ ହେଉଥିବା ମେଗା ଧାରାବାହିକ ଗୁଡ଼ିକର ଅଭିନେତ୍ରୀମାନେ ଏଥିରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି । ଜାନୁଆରୀ ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଗା ଡ୍ୟାନ୍ସ ରିଅଲିଟି ଶୋର ଗ୍ରାଣ୍ଡ ଫିନାଲେ ପ୍ରସାରିତ ହେବ ଆସନ୍ତା ୧୬ ତାରିଖ ସନ୍ଧ୍ୟା ୬:୩୦ ରୁ କେବଳ ଜୀ-ସାର୍ଥକରେ ।

Advertisment

ସୁଜିତ ଓ ଚାନ୍ଦିନୀଙ୍କ ସଂଯୋଜନାରେ ଏହି ରିଅଲିଟି ଶୋରେ ଅଭିନେତା ଦେବାଶିଷ ପାତ୍ର, ଅଭିନେତ୍ରୀ ଲିପି ମହାପାତ୍ର ଏବଂ ଡ୍ୟାନ୍ସର ହରିହର ଦାଶ ଜୁରୀ ଆସନ ଅଳଙ୍କୃତ କରିଛନ୍ତି । ଏହି ଡ୍ୟାନ୍ସ ଲିଗରେ ପ୍ରତିଯୋଗୀ ଭାବରେ ଭାଗ ନେଇଛନ୍ତି ନିକିତା, ଅଙ୍କିତା, ସ୍ମତି, ଦୀପିକା, ଅନନ୍ୟା, ଏଲି, ଅର୍ପିତା ଓ ଛନ୍ଦିତା ।

ଅଭିନେତ୍ରୀମାନଙ୍କୁ ନେଇ ଦୁଇଟି ଦଳରେ ପ୍ରସାରିତ ଡ୍ୟାନ୍ସ ଧମାକାରେ ନାୟିକାମାନେ ନୃତ୍ୟ ପ୍ରଦର୍ଶନ ଦେଇ ଅବିରତ କମାଲ ଦେଖାଇଛନ୍ତି । ତେବେ କିଏ ପିନ୍ଧିବ ବିଜୟର ମୁକୁଟ ତାହା ଦେଖିବାକୁ ସାରା ଓଡ଼ିଶା ଚାହିଁ ବସିଛି । ନୃତ୍ୟ ପ୍ରଦର୍ଶନରେ କେହି କାହାଠାରୁ କମ ନୁହଁନ୍ତି ତାହା ସେମାନେ ପ୍ରତିପାଦିତ କରିବା ପାଇଁ ଏହି ରିଅଲିଟି ଶୋରେ ଚେଷ୍ଟା କରିଛନ୍ତି । ତେବେ କେବଳ ଜୁରି ମାନେ ନୁହେଁ, ଦର୍ଶକଙ୍କ ଭୋଟ ମଧ୍ୟ ଜିତାଇବ ତାଙ୍କର ଫେବରାଇଟ୍ ଅଭିନେତ୍ରୀଙ୍କୁ ବୋଲି ଜୀ- ସାର୍ଥକ ଚାନେଲର ମୁଖ୍ୟ ପ୍ରତୀକ ସିଲ କହିଛନ୍ତି ।