ନାତିକୁ ବଞ୍ଚାଇବାକୁ ଜେଜେଙ୍କ ମୃତ୍ୟୁ । ବିରୁଡି ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ ।

Advertisment
ନାତିକୁ ବଞ୍ଚାଇବାକୁ ଜେଜେଙ୍କ ମୃତ୍ୟୁ । ବିରୁଡି ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ ।

କନକ ବ୍ୟୁରୋ:  ନାତିକୁ ବଞ୍ଚାଇବାକୁ ଯାଇ ଜେଜେଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାରେଙ୍ଗବାଡି ଗାଁରେ । ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବିରୁଡି ମାଛି କାମୁଡାରେ ଶୁକୁ ପ୍ରଧାନିଙ୍କ ମୃତ୍ୟୁ ହୋଇଛି । ଗାଁ ନିକଟ ଛେଳି ଚରାଇବାକୁ ଯାଇଥିଲେ ଜେଜେ ଶୁକୁ ପ୍ରଧାନି ଓ ନାତି ନିତୁ ପ୍ରଧାନି । ଜଙ୍ଗଲରୁ ଫେରୁଥିବା ବେଲେ ନାତିକୁ ବିରୁଡି କାମୁଡି ଦେଇଥିଲା । ସଙ୍ଗେ ସଙ୍ଗେ ଜେଜେ ନିଜ ଦେହରୁ ସାର୍ଟ ଖୋଲି ନାତିକୁ ଢାଙ୍କି ଦେଇଥିଲେ । ଏତିକି ବେଳେ ବହୁ ବିରୁଡି ମାଛି ତାଙ୍କୁ କାମୁଡି ଆହତ କରି ଦେଇଥିଲେ । ଘରକୁ ପହଞ୍ଚୁ ପହଞ୍ଚୁ ସେ ଆଖି ବୁଜି ଦେଇଥିଲେ । ଅନ୍ୟପଟେ ନାତି ଆହତ ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe