କନକ ବ୍ୟୁରୋ: ନାତିକୁ ବଞ୍ଚାଇବାକୁ ଯାଇ ଜେଜେଙ୍କ ମୃତ୍ୟୁ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ବାରେଙ୍ଗବାଡି ଗାଁରେ । ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବିରୁଡି ମାଛି କାମୁଡାରେ ଶୁକୁ ପ୍ରଧାନିଙ୍କ ମୃତ୍ୟୁ ହୋଇଛି । ଗାଁ ନିକଟ ଛେଳି ଚରାଇବାକୁ ଯାଇଥିଲେ ଜେଜେ ଶୁକୁ ପ୍ରଧାନି ଓ ନାତି ନିତୁ ପ୍ରଧାନି । ଜଙ୍ଗଲରୁ ଫେରୁଥିବା ବେଲେ ନାତିକୁ ବିରୁଡି କାମୁଡି ଦେଇଥିଲା । ସଙ୍ଗେ ସଙ୍ଗେ ଜେଜେ ନିଜ ଦେହରୁ ସାର୍ଟ ଖୋଲି ନାତିକୁ ଢାଙ୍କି ଦେଇଥିଲେ । ଏତିକି ବେଳେ ବହୁ ବିରୁଡି ମାଛି ତାଙ୍କୁ କାମୁଡି ଆହତ କରି ଦେଇଥିଲେ । ଘରକୁ ପହଞ୍ଚୁ ପହଞ୍ଚୁ ସେ ଆଖି ବୁଜି ଦେଇଥିଲେ । ଅନ୍ୟପଟେ ନାତି ଆହତ ହୋଇଥିବା ବେଳେ ଚିକିତ୍ସା ଜାରି ରହିଛି ।
ନାତିକୁ ବଞ୍ଚାଇବାକୁ ଜେଜେଙ୍କ ମୃତ୍ୟୁ । ବିରୁଡି ଆକ୍ରମଣରେ ପ୍ରାଣ ହରାଇଲେ ବୃଦ୍ଧ ।
/kanak/media/post_attachments/wp-content/uploads/2024/06/7-26.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)