କନକ ବ୍ୟୁରୋ : ଏବେ ସବୁଆଡେ ପୂଜାର ମାହୋଲ । ଦୁର୍ଗା ପୂଜା ମାହୋଲରେ ନିଜ ପରିବାର ଓ ପିଲା ଛୁଆଙ୍କ ସହ ସମସ୍ତେ ଦିନ କାଟୁଛନ୍ତି । କିନ୍ତୁ ନିଜ ପରିବାର ପାଖରୁ ଦୁରେଇ ଆନ୍ଦୋଳନରେ ବସି ରହିଛନ୍ତି ଗ୍ରାମ ରୋଜଗାର ସେବକର କର୍ମୀ ମାନେ ।
ନିଜ ହକ୍ ପାଇଁ ଏମାନେ ଲୋୟର ପିଏମଜିରେ ପଡିରହିଛନ୍ତି । ସାରା ରାଜ୍ୟରେ ୩୧୪ ବ୍ଲକରେ ପାଖାପାଖି ୬ହଜାରୁ ଅଧିକ ଗ୍ରାମ ରୋଜଗାର ସେବକ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏମାନଙ୍କ ଦରମା ମାସିକ ୫ହଜାର ଟଙ୍କା । ଚାକିରିରେ ସ୍ଥାଇ ନଥିବା ବେଳେ ସେମାନଙ୍କୁ ବ୍ଲକରେ ପି.ଇ.ଓ ପଦବୀରେ ନିଯୁକ୍ତି ଦେବେ ବୋଲି ସରକାର ଘୋଷଣା କରିଥିଲେ, କିନ୍ତୁ ଆଜିଯାଏଁ ଏମିତି କିଛି ହୋଇନଥିବା ବେଳେ,ଦରମା ବି ବୃଦ୍ଧ ହେଉନାହିଁ.ଯେଉଁଥିପାଇଁ କାର୍ଯ୍ୟବନ୍ଦ କରି ଅର୍ନିଦିଷ୍ଟ ସମୟ ପାଇଁ ଧାରଣାରେ ବସିରହିଛନ୍ତି ଗ୍ରାମ ରୋଜଗାର ସେବକ ସଂଘ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/vlcsnap-2016-10-09-15h33m03s124.png)