କେନ୍ଦ୍ରାପଡା ଧାନମଣ୍ଡଳ ଗାଁରେ ମନମୋହୁଛି ଗ୍ରାମୀଣ ପାର୍କ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସୁଛନ୍ତି ପର୍ଯ୍ୟଟକ

245

କନକ ବ୍ୟୁରୋ : କେନ୍ଦ୍ରାପଡା ଗରଦପୁର ବ୍ଲକ ଧାନମଣ୍ଡଳ ଗାଁରେ ରହିଛି ଶ୍ରୀ ଶ୍ରୀ ସିଦେ୍ଧଶ୍ୱରଙ୍କ ପୀଠ । ଏହି ପୀଠ ପରିସରରେ ରହିଛି ସିଦ୍ଦେଶ୍ୱର ମହାଦେବ ମନ୍ଦିର, ମା ପାର୍ବତୀଙ୍କ ମନ୍ଦିର, ସିଦ୍ଧ ମହାବୀର ମନ୍ଦିର, କଲ୍ୟାଣ ମଣ୍ଡପ ଓ ଶିଶୁ ମାନଙ୍କ ପ୍ରାମୋଦ ଉଦ୍ୟାନ । ଏହି ଉଦ୍ୟାନରେ ରହିଛି ଗୋଲାପ, ଜିନିଆ, ଡାଲିଆ, ଗେଣ୍ଡୁ ଫୁଲ ଗଛ ସହିତ ବିଭିନ୍ନ ପ୍ରାକରର ଦେଶୀ ଓ ବିଦେଶୀ ସୋ ଗଛ । ଏହା ସହିତ ଛୋଟ ଶିଶୁ ମାନଙ୍କ ପାଇଁ ରହିଛି ଖେଳ କୁଦର ସମ୍ପର୍ଣ୍ଣ ବ୍ୟବସ୍ଥା । ପାର୍କରେ ରହିଛି ହାତୀ, ଘୋଡା, ଜିରାଫ, ଜେବ୍ରା, ବଣ ମଣିଷ ଇତ୍ୟାଦି ବିଭିନ୍ନ ପ୍ରାକାରର ପ୍ରତିକୃତି । ଯାହାକୁ ଦେଖିବାପାଇଁ ସ୍ଥାନୀୟ ଅଂଚଳର ଲୋକଙ୍କ ଭିଡ ଜମୁଛି ।

ଏହି ସ୍ଥାନକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁତ ସଂଖ୍ୟାରେ ପର୍ଯ୍ୟଟକ ମାନେ ପହଁଚି ବିବାହ, ବ୍ରତ ଓ ପିକନିକ୍ କରି ସୁନ୍ଦର ପାର୍କର ମଜା ନେଉଛନ୍ତି । ଏହି ପାର୍କର ପରିକଳ୍ପନା କରିଛନ୍ତି ।ବରିଷ୍ଠ ପ୍ରଶାସକ ତଥା ସିଦ୍ଦେଶ୍ୱର ୱେଲ୍ଫୟାର ଟ୍ରଷ୍ଟର ସଦସ୍ୟ ବିକାଶ ମହାପାତ୍ର । ଗ୍ରାମାଚଂଳରେ ସହରର ଅନୁଭୁତି ଆଣିଦେବା ପାଇଁ ଏହି ପାର୍କ ନିର୍ମାଣ କରିଛନ୍ତି ବିକାଶ ।

ଗାଁରେ ଏଭଳି ସୁନ୍ଦର ପାର୍କ ଓ ମନ୍ଦିର ସମଗ୍ର କେନ୍ଦ୍ରାପଡା ଜିଲ୍ଲା ସହିତ ବାହାର ଜିଲ୍ଲାର ପର୍ଯ୍ୟଟକ ମାନଙ୍କ ପ।।ଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।