ସ୍ନାତକଧାରୀଙ୍କୁ ବେକାରୀ କଲା କରୋନା ! କୋଡ଼ି , ଶାବଳ ଧରି ଶ୍ରମିକ ସାଜିଲେ ଉଚ୍ଚଶିକ୍ଷିତ ଯୁବକ । ହଜାର ହଜାର ଟଙ୍କା ଦେଇ ପାଠ ପଢିଥିବା ଯୁବକଙ୍କ ଦିନକୁ ପାରିଶ୍ରମିକ ୨୦୧ ଟଙ୍କା । 

582

ପେଟ ଯେତେବେଳେ ଭୋକରେ ପୋଡ଼େ ଶିକ୍ଷିତ ଯୁବକ ବି କୋଡ଼ି ଧରିବାକୁ ବାଧ୍ୟ ହୁଏ । ମୁଣ୍ଡ ଉପରେ ପରିବାରର ଆର୍ଥୀକ ବୋଝ ପଡ଼ିଲେ ସ୍ନାତକଧାରୀକୁ ଶ୍ରମିକ ହେବାରେ ବେଶି ସମୟ ଲାଗେନାହିଁ । କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତ ଲୋକଙ୍କ ଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରିଦେଇଛି । ତାଲାବନ୍ଦରେ ଦେଶର ଅର୍ଥବ୍ୟବସ୍ଥା ରୁଗଣ ହୋଇପଡ଼ିଛି ।

ଏଭଳି ସମୟରେ ଡିଗ୍ରୀଧାରୀ ମେଧାବୀ ଛାତ୍ର ମଧ୍ୟ ବେରୋଜଗାର ହୋଇ ବସି ରହିଛନ୍ତି । ନାହି ମାମୁଁ ଠାରୁ କଣାମାମୁଁ ଭଲ ପରିକା ହାତରେ କୋଡ଼ି ଧରି ଶ୍ରମିକ ପାଲଟିଛନ୍ତି । ବି.ଏ,ଏମ୍.ଏ,ବି.କମ୍ ପଢା ପିଲା ଏବେ ପେଟଚାଖଣ୍ଡକ ପାଇଁ ଗ୍ରାମର ମନରେଗା ଯୋଜନାରେ ମୁଲଲାଗିବା ପାଇଁ ବାଧ୍ୟ ହେଉଛନ୍ତି । ଦିନକର ଶ୍ରମ ପାଇଁ ଏହି ଯୁବକଙ୍କୁ ଏବେ ୨୦୧ ଟଙ୍କା ପାରିଶ୍ରମିକ ମିଳୁଛି । ହଜାର ହଜାର ଟଙ୍କା ଦେଇ ପାଠ ପଢି ଚାକିରୀର ଆଶା ରଖିଥିବା ଯୁବକଙ୍କୁ ଶ୍ରମିକ କରିଦେଇଛି ତାଲାବନ୍ଦ ।

ମିରଠର ପରିକ୍ଷିତଗଡ଼ ଗ୍ରାମରେ ଏଭଳି କିଛି ଉଚ୍ଚଶିକ୍ଷା ଗ୍ରହଣ କରିଥିବା ଡ଼ିଗ୍ରୀଧାରୀ ଯୁବକଙ୍କୁ ମାଟି ଖୋଳୁଥିବା ଦେଖାଯାଇଥିଲା । ଗାଁର ମନରେଗା ଯୋଜନାରେ ଦିନକୁ ୨୦୧ ଟଙ୍କା ମଜୁରୀରେ ଏହି ଯୁବକ କାମ କରୁଛନ୍ତି । ହାତ ଖାଲି ସମୟରେ ପରିବାର ପ୍ରତିପୋଷଣର ଭାର ଏଭଳି ଉଚ୍ଚଶିକ୍ଷାଧାରୀ ଯୁବକଙ୍କୁ ଶ୍ରମିକ ହେବାରେ ବାଧ୍ୟ କରିଛି ।