ପେଟ ଯେତେବେଳେ ଭୋକରେ ପୋଡ଼େ ଶିକ୍ଷିତ ଯୁବକ ବି କୋଡ଼ି ଧରିବାକୁ ବାଧ୍ୟ ହୁଏ । ମୁଣ୍ଡ ଉପରେ ପରିବାରର ଆର୍ଥୀକ ବୋଝ ପଡ଼ିଲେ ସ୍ନାତକଧାରୀକୁ ଶ୍ରମିକ ହେବାରେ ବେଶି ସମୟ ଲାଗେନାହିଁ । କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତ ଲୋକଙ୍କ ଜୀବନକୁ ଏକପ୍ରକାର ଅସ୍ତବ୍ୟସ୍ତ କରିଦେଇଛି । ତାଲାବନ୍ଦରେ ଦେଶର ଅର୍ଥବ୍ୟବସ୍ଥା ରୁଗଣ ହୋଇପଡ଼ିଛି । /kanak/media/post_attachments/wp-content/uploads/2020/06/fdgfh-300x222.jpg)
ଏଭଳି ସମୟରେ ଡିଗ୍ରୀଧାରୀ ମେଧାବୀ ଛାତ୍ର ମଧ୍ୟ ବେରୋଜଗାର ହୋଇ ବସି ରହିଛନ୍ତି । ନାହି ମାମୁଁ ଠାରୁ କଣାମାମୁଁ ଭଲ ପରିକା ହାତରେ କୋଡ଼ି ଧରି ଶ୍ରମିକ ପାଲଟିଛନ୍ତି । ବି.ଏ,ଏମ୍.ଏ,ବି.କମ୍ ପଢା ପିଲା ଏବେ ପେଟଚାଖଣ୍ଡକ ପାଇଁ ଗ୍ରାମର ମନରେଗା ଯୋଜନାରେ ମୁଲଲାଗିବା ପାଇଁ ବାଧ୍ୟ ହେଉଛନ୍ତି । ଦିନକର ଶ୍ରମ ପାଇଁ ଏହି ଯୁବକଙ୍କୁ ଏବେ ୨୦୧ ଟଙ୍କା ପାରିଶ୍ରମିକ ମିଳୁଛି । ହଜାର ହଜାର ଟଙ୍କା ଦେଇ ପାଠ ପଢି ଚାକିରୀର ଆଶା ରଖିଥିବା ଯୁବକଙ୍କୁ ଶ୍ରମିକ କରିଦେଇଛି ତାଲାବନ୍ଦ ।
ମିରଠର ପରିକ୍ଷିତଗଡ଼ ଗ୍ରାମରେ ଏଭଳି କିଛି ଉଚ୍ଚଶିକ୍ଷା ଗ୍ରହଣ କରିଥିବା ଡ଼ିଗ୍ରୀଧାରୀ ଯୁବକଙ୍କୁ ମାଟି ଖୋଳୁଥିବା ଦେଖାଯାଇଥିଲା । ଗାଁର ମନରେଗା ଯୋଜନାରେ ଦିନକୁ ୨୦୧ ଟଙ୍କା ମଜୁରୀରେ ଏହି ଯୁବକ କାମ କରୁଛନ୍ତି । ହାତ ଖାଲି ସମୟରେ ପରିବାର ପ୍ରତିପୋଷଣର ଭାର ଏଭଳି ଉଚ୍ଚଶିକ୍ଷାଧାରୀ ଯୁବକଙ୍କୁ ଶ୍ରମିକ ହେବାରେ ବାଧ୍ୟ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/7-12.jpg)
/kanak/media/post_attachments/wp-content/uploads/2020/06/fgfg-300x222.jpg)