କନକ ବ୍ୟୁରୋ: ଚୋର ପାଇଁ ଯେତେ ଦାମିକା ଗାଡି ହେଲେ ବି ତାର କିଛି ମୂଲ୍ୟ ନାହିଁ । ସେହି ଦାମି ଗାଡିକୁ ଲୁହା ଦରରେ କବାଡିଆବାଲାକୁ ବିକ୍ରି କରି ଦେଉଛନ୍ତି ଲୁଟେରା । ଜଗତପୁରରୁ ଚୋରି ଯାଇଥିବା ଏକ ଗାଡିର ଜିପିଏସ ଧରାପକାଇ ଦେଇଛି ଚୋରା ଗାଡିର ସ୍କ୍ରାପେଜ୍ କାରବାର । ଘର ସମ୍ମୁଖରେ ଟାଟା ପିକଅପ ଗାଡି ରଖି ରାତିରେ ଶୋଇଥିଲେ ଜଗତପୁର ଅଂଚଳର ଜଣେ ବ୍ୟକ୍ତି । ହେଲେ, ରାତିରେ ସେହି ଟାଟା ପିକଅପ ଗାଡିଟି ଚୋରି ହୋଇଯାଇଥିଲା । ଗାଡି ମାଲିକ ଘର ସମ୍ମୁଖରେ ଗାଡି ନଥିବା ଦେଖି ଗାଡିରେ ଲାଗିଥିବା ଜିପିଏସକୁ ସଂଯୋଗ କରିଥିଲେ । ଗାଡିଟି ଯାଜପୁର ଅଭିମୁଖେ ଯାଉଥିବା ଜାଣିବାକୁ ପାଇଥିଲେ । କାଳ ବିଳମ୍ବ ନକରି ଗାଡି ମାଲିକ ଗାଡିକୁ ପିଛା କରିଥିଲେ । ପରେ ଯାଜପୁରର ସହର ଶୀତଳେଶ୍ୱର ନିକଟରେ ଥିବା ରାଧା କବାଡିଖାନାରେ ଗାଡିକୁ ପାଇଥିଲେ । ଏନେଇ ଯାଜପୁର ଟାଉନ ଥାନାକୁ ଜଣାଇବା ପରେ ପୁଲିସ ଚଢ଼ାଉ କରିବା ପୂରା କାହାଣୀ ପଦାକୁ ଆସିଛି ।
ଯାଜପୁରର ସହରରେ ଚୋରା ଗାଡି ସ୍କ୍ରାପ୍ କାରବାର ଚାଲିଥିବା ଜଣାପଡିବା ପରେ କଟକର ଜଗତପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାର ବଡଚଣା ପୁଲିସ ଗାଡି ମାଲିକଙ୍କ ସହ ସେହି ସ୍ଥାନରେ ପହଞ୍ଚିି ଗାଡିକୁ ଯାଞ୍ଚ କରିଥିଲେ । ଗାଡି ଗୁଡିକ ମଧ୍ୟରୁ ଜଗତପୁର ପୁଲିସ ୨ଟି ଚୋରି ଗାଡି ଚିହ୍ନଟ ମଧ୍ୟ କରିଛନ୍ତି । ଅନ୍ୟ ଗାଡି ଗୁଡିକ ଖଣ୍ଡଖଣ୍ଡ କରାଯାଇଥିବାରୁ ମାଲିକଙ୍କ ପକ୍ଷେ ଚିହ୍ନିବା ସମ୍ଭବ ହୋଇନାହିଁ । ଏହି ଘଟଣାରେ ପୁଲିସ ଜଣେ ଗାଡି ଚୋର ଓ କବାଡିଖାନା ମାଲିକକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ସେମାନେ କେତେ ଗାଡି ଏମିତି ଚୋରି କରି ସ୍କ୍ରାପେଜ୍ କରିଛନ୍ତି ଓ ସେମାନଙ୍କ ସହ ଆଉ କିଏ କିଏ ଅଛନ୍ତି ତାର ଖୋଳତାଡ କରିବ ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/jagatpur.jpg)