ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଆରଏସଏସ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ସରକାରୀ କର୍ମଚାରୀ, ବିରୋଧୀ ଉଠାଇଲେ ପ୍ରଶ୍ନ

Advertisment
ମୋଦୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଆରଏସଏସ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ ସରକାରୀ କର୍ମଚାରୀ, ବିରୋଧୀ ଉଠାଇଲେ ପ୍ରଶ୍ନ

କନକ ବ୍ୟୁରୋ : ନିର୍ବାଚନ ପରେ ଆରଏସଏସ ଓ ବିଜେପି ମଧ୍ୟରେ କିଛି ଠିକ ନଥିବା ଯେଉଁ ଚର୍ଚ୍ଚା ଚାଲିଛି ତାଭିତରେ ଗୋଟିଏ ବଡ ଖବର ଆସୁଛି । ୫୮ବର୍ଷ ପରେ ଏଣିକି ସରକାରୀ କର୍ମଚାରୀ ଆରଏସଏସରେ କାର୍ୟ୍ୟକ୍ରମରେ ସାମିଲ ହୋଇପାରିବେ । ସରକାରଙ୍କ ଏହି ନିଷ୍ପତିକୁ ନେଇ ବିରୋଧୀ ଦଳ ବିଭିନ୍ନ ପ୍ରଶ୍ନ ଉଠାଇଛନ୍ତି । ଆରଏସଏସ ମୁଖ୍ୟ ମୋହନ ଭାଗବତ ବାରମ୍ବାର ବିଜେପିକୁ ଟାର୍ଗେଟ କରୁଥିବା ଯୋଗୁଁ ବିଜେପି ସରକାର ବାଧ୍ୟ ହୋଇ ଏଭଳି ନିଷ୍ପତି ନେଇଥିବା ବିଏସପି ସୁପ୍ରିମ ମାୟାବତୀ ସୋସିଆଲ ମିଡିଆ ପୋଷ୍ଟରେ ମତାମତ ରଖିଛନ୍ତି । କଂଗ୍ରେସର ମତରେ ରାଜନୈତିକ ଫାଇଦା ପାଇଁ ବିଜେପି ଏଭଳି କରିଛି । ବିରୋଧୀଦଳ ପ୍ରଶ୍ନ ଉଠାଇଛନ୍ତି ଯେ ୧୦ବର୍ଷ ହେବ ବିଜେପି ସରକାର ରହିଛି ତଥାପି କଟକଣା ଜାରି ଥିଲା । ଆଉ ହଠାତ ଏଭଳି କ’ଣ ହେଲା ଯେ ସରକାରୀ କର୍ମଚାରୀ ଆରଏସଏସରେ ସାମିଲ ହେବା ନେଇ ଜରୁରୀ ମନେ କଲା ବିଜେପି । ୧୯୬୬ ମସିହା ନଭେମ୍ବର ୩୦ ତାରିଖରୁ କଟକଣା ଲାଗୁ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe