ମହିଳାଙ୍କ ପ୍ରତି ଅପରାଧ ରୋକିବା ମାମଲାରେ ସରକାରଙ୍କ ବଡ ପଦକ୍ଷେପ : ଏଣିକି ଆଧାର ଓ ପାନ କାର୍ଡ ସହାୟତାରେ ଧରାପଡିବେ ଦୁଷ୍କର୍ମକାରୀ

110

ମହିଳାଙ୍କ ପ୍ରତି ଅପରାଧ ରୋକିବା ମାମଲାରେ ସରକାରଙ୍କ ବଡ ପଦକ୍ଷେପ । କେନ୍ଦ୍ର ସରାକାର ଯୈାନ ଅପରାଧୀଙ୍କ ପାଇଁ ଏକ ରାଷ୍ଟ୍ରୀୟ ପଂଜିକରଣର ଆରମ୍ଭ କରିଛନ୍ତି । ଏଭଳି ପଦକ୍ଷେପ ଆରମ୍ଭ କରିବାରେ ଭାରତ ପ୍ରଥମ । ଏହା ସହିତ ହିଁ ଭାରତ ଯୈାନ ଅପରାଧୀଙ୍କ ତଥ୍ୟ ସଂଗ୍ରହ କରୁଥିବା ବିଶ୍ୱର ନୂଆ ଦେଶ ବନିଯାଇଛି । ଭାରତ ପୂର୍ବରୁ ଇଲଣ୍ଡ, ଆମେରିକା, ଅଷ୍ଟ୍ରେଲିୟା, କାନାଡା, ଆୟରଲାଣ୍ଡ, ନ୍ୟୁଜିଲାଣ୍ଡ, ସାଉଥ ଆଫ୍ରିକା ଓ ତ୍ରିନିଦାଦ ଓ ଟୋବୈଗୋରେ ପୂର୍ବରୁ ହିଁ ଏଭଳି ଡାଟା ରେକର୍ଡ ପ୍ରସ୍ତୁତ କରିବାର ବ୍ୟବସ୍ଥା ଅଛି । ଭାରତରେ ଏହି ଡାଟା କେବଳ ଯାଂଚ ଏଜେନ୍ସିଙ୍କ ପାଇଁ ହିଁ ଉପଲବ୍ଧ ହେବ । ଯେବେକି ଆମେରିକା ଭଳି ଦେଶରେ ଏହି ଡାଟା ସାଧାରଣ ଜନତା ବି ଦେଖିପାରିବେ ।

କ’ଣ କ’ଣ ରହିବ ଏହି ରେଜିଷ୍ଟ୍ରିରେ ? : ଏହି ରେଜିଷ୍ଟ୍ରିରେ ଏମିତି ଅପରାଧ କରୁଥିବା ଲୋକଙ୍କ ଏଭଳି ତଥ୍ୟ ରହିବ- ନାମ, ଫଟୋ, ଠିକଣା, ଆଙ୍ଗୁଠି ଚିହ୍ନ, ଡିଏନଏ ସାମ୍ପଲ, ପାନ ନମ୍ବର ଓ ଆଧାର ନମ୍ବର । ଏହି ତଥ୍ୟ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ତିଆରି କରିବ । ଏଥିରେ ପାଖାପାଖି ୪.୫ ଲକ୍ଷ ମାମଲାର ରେକର୍ଡ ଦିଆଯାଇଛି । ଏହି ରେଜିଷ୍ଟ୍ରିରେ ଏଭଳି ପ୍ରକାରର ଅପରାଧ କରୁଥିବା ସମସ୍ତ ଅପରାଧୀଙ୍କ ସୂଚନା ସାମିଲ କରାଯିବ । ଏହି ସମସ୍ତ ତଥ୍ୟ ସାରା ଦେଶର ଜେଲ୍ ଗୁଡିକରୁ ଏକାଠି କରାଯିବ ।

କେଉଁମାନେ ଏହି ତଥ୍ୟର ଉପଯୋଗ କରିପାରିବେ ? : ଏନସିଆରବି ବ୍ୟୁରୋ ଏହା ସହିତ ଜଡିତ ନିଜର ସମସ୍ତ ସୂଚନା ଗୃହ ମନ୍ତ୍ରଣାଳୟକୁ ଦେବ । ଏବଂ ଆଇନ ଲାଗୁ କରୁଥିବା ଏଜେନ୍ସି ଗୁଡିକ ଏହାର ଅନେକ କାମ ପାଇଁ ବ୍ୟବହାର କରିବେ । ଏହି ସୂଚନା କୈାଣସି ମାମଲା ବା କୈାଣସି ସନ୍ଦିଗ୍ଧର ଯାଂଚରେ ପ୍ରୟୋଗ କରାଯାଇପାରିବ । ଏହି ତଥ୍ୟକୁ ଆକଳନ କରି ଦେଖାଯିବ ଯେ, କୈାଣସି ବ୍ୟକ୍ତି ସମାଜ ପାଇଁ ବଡ ବିପଦ ତ ନୁହଁନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଭାରତରେ କେବଳ ଆଇନ ସଂସ୍ଥା ହିଁ ଦେଖିପାରିବେଏହି ରେଜିଷ୍ଟ୍ରିରେ କାହ-କାହା ନାମ ଅଛି, ଯେବେକି ଆମେରିକାରେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ।

କାଠୁଆ ଦୁଷ୍ମର୍ମ ମାମଲା ପରେ ସାରା ଦେଶରେ ଶିଶୁଙ୍କ ପ୍ରତି ଅପରାଧ ଉପରେ ଲୋକଙ୍କ କ୍ରୋଧ ଦେଖି ସରକାର ଏହି ରେଜିଷ୍ଟ୍ରି ବନାଇବା ପାଇଁ ନିଷ୍ପତ୍ତି କରିଥିଲେ । ଏନସିଆରବିର ଆକଳନ ହିସାବରେ ୨୦୧୫ ମୁକାବିଲାରେ ୨୦୧୬ରେ ମହିଳାଙ୍କ ପ୍ରତି ଅପରାଧରେ ୩ ପ୍ରତିଶତ ବୃଦ୍ଧି ଘଟିଛି । କେବଳ ଦୁଷ୍ମର୍ମ ମାମଲାରେ ବର୍ଷ ୨୦୧୫ ମୁକାବିଲାରେ ୨୦୧୬ରେ ୧୨ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୫ରେ ୩୪,୬୫୧ ଦୁଷ୍ମର୍ମ ମାମଲା ରେକର୍ଡ କରାଯାଇଥିବା ବେଳେ ବର୍ଷ ୨୦୧୬ରେ ଏହା ବଢ଼ି କି ୩୮,୯୪୭ ହୋଇଯାଇଛି ।

ଫୋରେନସିକ୍ ଯାଂଚ ସହ ମିଶି ଡାଟାବେସ୍ ଧରିପାରିବ ଅପରାଧୀ : ଏହି ମାମଲାରେ ଏହି ଡାଟାବେସ୍ ରୁ ବହୁତ ସହାୟତା ମିିଳିପାରିବ । ଯେତେବେଳେ ଧର୍ଷଣ ପରେ ହତ୍ୟା କରିଦିଆଯାଏ ଓ କୈାଣସି ବିଶେଷ ପ୍ରମାଣ ମିଳେ ନାହିଁ । ଏହି ମାମଲାରେ ଫୋରେନସିକ୍ ଯାଂଚରୁ ମିଳିଥିବା ଆଙ୍ଗୁଠି ଚିହ୍ନ ଆଦି ଏହି ଡାଟାବେସ୍ ସହ ମିଶାଇ ଅପରାଧୀଙ୍କୁ ସହଜରେ ଚିହ୍ନଟ କରି ଧରାଯାଇପାରିବ । ଅପରାଧୀର ବାଳ, ରକ୍ତ, ବୀର୍ଯ୍ୟ ବା ନଖ ମଧ୍ୟ ଅପରାଧୀଙ୍କୁ ଧରାପକାଇବାରେ ସହାୟକ ହେବ ।