ଏଲଆଇସିରୁ ଅଂଶଧନ ବିକ୍ରି କରିବେ ସରକାର । ଆଇପିଓ ଜରିଆରେ ସେୟାର ବିକ୍ରି କରିବାକୁ ବଜେଟରେ ଘୋଷଣା

3,396

କନକ ବ୍ୟୁରୋ: ଏଲଆଇସିକୁ ନେଇ ବଜେଟରେ ବଡ ଘୋଷଣା । ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଥିବା ସରକାରୀ ପୁଞ୍ଜି ପ୍ରତ୍ୟାହାର କରିବାକୁ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଘୋଷଣା । ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ । କେବଳ ଏତିକି ନୁହେଁ, ଆଇଡିବିଆଇ ବ୍ୟାଙ୍କରେ ଥିବା ସରକାରଙ୍କ ଅବଶିଷ୍ଟ ଅଂଶଧନକୁ ମଧ୍ୟ ବିକ୍ରି କରାଯିବା ନେଇ ସଂସଦରେ ଆଜି ବଜେଟ ଉପସ୍ଥାପନ କଲା ବେଳେ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ନିର୍ମଳା କହିଛନ୍ତି, ନୂଆ ଆର୍ଥିକ ବର୍ଷ ପାଇଁ ସରକାର ମୋଟ ୨.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଯାହାଏଲଆଇସି ଅଂଶଧନ ବିକ୍ରି ମାଧ୍ୟମରେ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

• ସରକାର ଆଇପିଓ ଦ୍ୱାରା ଏଲଆଇସିରେ ନିଜ ସେୟାରର ପଂଜିର ଅଂଶଦାନ ବିକିବାକୁ ପ୍ରସ୍ତାବ

• ବିତ୍ତୀୟ ନିଅଂଟ ପରିମାଣ ୨୦୨୦-୨୧ରେ ୩.୮ ପ୍ରତିଶତ ରହିପାରେ ବୋଲି ଅନୁମାନ କରାଯାଉଛି । ସରକାର ସମସ୍ତ ବ୍ୟାଙ୍କଗୁଡକ ଉପରେ କଡା ନଜର ରଖାଯିବ । ବ୍ୟାଙ୍କି ସିଷ୍ଟମରେ ସୁଧାର ଆଣିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନିଆଯିବ ।

• ଡିପୋଜିଟ୍ ଇନ୍ୟୁରାନ୍ସ କଭରେଜକୁ ୧ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଅର୍ଥାତ୍ ଯଦି କୌଣସି ଖାତାଧାରକଙ୍କ ଟଙ୍କା ଫଶିଯାଏ ତେବେ ତାଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ମିଳିବାର ଗ୍ୟାରେଂଟି ମିଳିବ । ପୂର୍ବରୁ ଏହି ସୀମା ଏକ ଲକ୍ଷ ପର୍ଯ୍ୟନ୍ତ ଥିଲା ।

• କେନ୍ଦ୍ର ସରକାର ଉତର-ପୂର୍ବର ବିକାଶ ପାଇଁ ପ୍ରତିବଦ୍ଧ । ତେଣୁ ଜମ୍ମୁ, କାଶ୍ମୀର ଏବଂ ଉଦାଖର ବିକାଶ ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି । ନିକଟରେ ଗଠିତ ସଂଘ ରାଜ୍ୟଗୁଡିକ ପାଇଁ ୨୦୨୦-୨୧ରେ ୩୦,୭୫୭ କୋଟି ଟଙ୍କାର ଆବଂଟନର ପ୍ରସ୍ତାବ ରହିଛି । ଲଦାଖ ପାଇଁ ୫୯୫୮୯ କୋଟି ଟଙ୍କାର ପ୍ରସ୍ତାବ ରହିଛି ।

• ଚଳିତ ବର୍ଷ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ଭାରତ । ଯାହାର ପ୍ରସ୍ତୁତି ପାଇଁ ୧୦୦କୋଟିର ବ୍ୟୟ ବରାଦ କରାଯାଇଛି ।

• ଆଇନ ଅନୁସାରେ ଟିକସଦାତାଙ୍କ ଚାର୍ଟର ଆସିବ ।

• ପର୍ଯ୍ୟଟନସ୍ଥଳମାନଙ୍କର ବିକାଶ ପାଇଁ ୨,୫୦୦କୋଟି ଟଙ୍କା ଖର୍ଚ୍ଚ କରାଯିବ । ପାଂଚଟି ପତ୍ନତାତ୍ୱିକ ସ୍ଥାନମାନଙ୍କରେ ମ୍ୟୁଜିୟମ ନିର୍ମାଣ ହେବ । ହସ୍ତିନାପୁର(ୟୁପି),ଶିବସାଗର (ଆସାମ),ଧୋଲାବୀରା(ଗୁଜୁରାଟ), ଅଦିଚେଲ୍ଲନୁର, ରାଶିଗଡି(ହରିୟାଣା) । ଏହାଛଡା ରାଂଚିରେ ଟ୍ରାଇବାଲ୍ ମ୍ୟୁଜିୟମ ନିର୍ମାଣ କରାଯିବ ।