ଖାଦ୍ୟ ଫୋପାଡିଲେ ଲାଗିବ ଜରିମାନା ! ବିବାହ କିମ୍ବା ବ୍ରତ ଭୋଜିରେ ଖାଦ୍ୟର ଅପଚୟକୁ ସହ୍ୟ କରିବେନି ସରକାର , ସଂଚାଳକଙ୍କ ଉପରେ ଲାଗିବ ୫ ଲକ୍ଷ ଟଙ୍କାର ଜରିମାନା

344

ବିବାହ ଭୋଜିରେ ଖାଦ୍ୟ ଫୋପାଡିଲେ ଲାଗିବ ଜରିମାନା । ଖାଦ୍ୟ ଫୋପାଡୁଥିବା ହୋଟେଲ୍ , ରେସ୍ତୋରାଁ ଏବଂ ବିବାହ ଘର ସଦସ୍ୟଙ୍କୁ ଗଣିବାକୁ ପଡିବ ୫ ଲକ୍ଷ ଟଙ୍କା ଜରିମାନା । ଏଫଏସଏସଏଆଇ ଏହାର ଡ୍ରାଫ୍ଟ୍ ପ୍ରସ୍ତୁତ କରିସାରିଛି । ଏହି ଡ୍ରାଫ୍ଟକୁ ମଞ୍ଜୁର କରିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପଠାଯିବ । ହୋଟେଲ୍ , ରେସ୍ତୋରାଁରୁ ଆରମ୍ଭ କରି ବିବାହ ,ବ୍ରତରେ ଖାଦ୍ୟର ଅପଚୟ ହେବା ଏକ ସାଧାରଣ କଥା । ତେବେ ଲୋକଙ୍କୁ ବଳକା ଖାଦ୍ୟକୁ କିଭଳି ଭାବେ ବିନିଯୋଗ କରାଯିବ ଏନେଇ କିଛି ଧାରଣା ନଥାଏ ।

ଭାରତରେ ଲୋକଙ୍କୁ ଖାଇବାକୁ ଦୁଇଓଳି ଦୁଇମୁଠା ନ ମିଳୁଥିବା ବେଳେ ଖାଦ୍ୟର ଏଭଳି ଅପଚୟକୁ ସହ୍ୟ କରିବା ଆଦୌ ଗ୍ରହଣୀୟ ନୁହେଁ । ଏଫଏସଏସଏଆଇ ଏହି ବଳକା ଖାଦ୍ୟର ବ୍ୟବହାର କରିବା ପାଇଁ ଏକ ନିୟମ ଆଣିବାକୁ ଯାଉଛି । କେତେକ ବେଆଇନ୍ ସରକାରୀ ସଂଗଠନ ହୋଟେଲ୍ –ରେସ୍ତୋରାଁ ଏବଂ ବିବାହ ଘରେ ବଳକା ଖାଦ୍ୟକୁ ଆଣି ଗରିବ ଭୋକିଲାଙ୍କ ମଧ୍ୟରେ ବାଣ୍ଟିବା ଭଳି କାମ କରୁଛନ୍ତି । କିନ୍ତୁ ଏହି ବଳକା ଖାଦ୍ୟର ଗୁଣବତ୍ତାକୁ ନେଇ କୌଣସି ମାନକ ନାହିଁ ନୂଆ ଡ୍ରାଫ୍ଟରେ ଏହି ବିଷୟକୁ ନେଇ ଧ୍ୟାନ ଦିଆଯାଇଛି ।

 

ହୋଟେଲ୍ –ରେସ୍ତୋରାଁ ଏବଂ ବିବାହଘରେ କରିବାକୁ ପଡିବ ରେଜିଷ୍ଟ୍ରେସନ୍ :

ନୂଆ ବ୍ୟବସ୍ଥା ଅନୁସାରେ ରେସ୍ତୋରାଁ ଏବଂ ବିବାହଘରର ସଂଚାଳକଙ୍କ ନାଁ ଏଫଏସଏସଏଆଇର ୱେବସାଇଟ୍ ରେ ପଂଜୀକୃତ କରିବାକୁ ପଡିବ । ଅନ୍ୟପାଖରେ ଖାଦ୍ୟ ବାଣ୍ଟିବା ପାଇଁ ଏନଜିଓ ଅଧିକୃତ କରାଯିବ । ଏହି ଡ୍ରାଫ୍ଟ ଅନୁସାରେ ଖାଦ୍ୟ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଏକ ସମିତି ପ୍ରସ୍ତୁତ କରାଯିବ । ଏହି ସମିତି ଖାଦ୍ୟର ସୁରକ୍ଷା କରିବା ସହ ବ୍ୟବସ୍ଥାକୁ କିଭଳି କାର୍ଯ୍ୟକାରୀ କରାଯିବ ଏହାର ଦାୟିତ୍ୱ ନେବ ।

ବଳକା ଖାଦ୍ୟ କିଭଳି ସଫାସୁତୁରା ଭାବେ ଗରିବ ଲୋକଙ୍କ ପାଖରେ ପହଁଚିବ ଏହାର ଧ୍ୟାନ ରଖାଯିବ । ଖାଦ୍ୟ ପ୍ୟାକେଟ୍ ହେଲେ ଏହା ଉପରେ ଅସଲି ଲେବଲ୍ ଲଗାଯିବ ।

ଖାଦ୍ୟରେ ଏକ୍ସପାଏରୀ ଡେଟ୍ , ନିରାମିଶ/ଆମିଶ ଭଳି ବିବରଣୀ ଲେଖାଯିବ ।

ଦାନକର୍ତ୍ତା ଏବଂ ଦାନ ନେବା ସଂସ୍ଥାକୁ ପ୍ରତି ପ୍ୟାକେଟ୍ ର ବିତରଣରେ ରେଜିଷ୍ଟର କରିବାକୁ ପଡିବ ।

ବଳକା ଖାଦ୍ୟକୁ ପ୍ୟାକ୍ କରି ୭ ଡିଗ୍ରୀ ସେଲସିୟସ୍ ତାପମାନରେ ରଖିବା ଆବଶ୍ୟକ ।