କନକ ବ୍ୟୁରୋ : ମିଳିଯିବ ଚୋରି ହୋଇଥିବା କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ । ଫୋନକୁ ଠାବ କରିହେବ, ବ୍ଲକ ମଧ୍ୟ କରିହେବ । ଯାହା ଦ୍ୱାରା ଚୋରି କରିଥିବା କିମ୍ବା ପାଇଥିବା ଲୋକ ମୋବାଇଲ୍ ଫୋନ୍ ବ୍ୟବହାର କରିପାରିବ ନାହିଁ । ଆସନ୍ତା ୧୭ ତାରିଖରୁ ସାରା ଭାରତରେ ଏପରି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । କେନ୍ଦ୍ର ସରକାର ସିଇଆଇଆର ବା ସଂଚାର ସାଥୀ ପୋର୍ଟାଲ ବିକାଶ କରିଛନ୍ତି । ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

ଚୋରି ମୋବାଇଲ ପାଇବେ କେମିତି ?

- ସରକାରୀ ସଂସ୍ଥା ସି-ଡଟ୍ ସଂଚାର ସାଥୀ ପୋର୍ଟାଲ ବିକାଶ କରିଛି
- ଦିଲ୍ଲୀ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଉତର ପୂର୍ବାଂଚଳ ରାଜ୍ୟଗୁଡ଼ିକରେ ପରୀକ୍ଷଣ ଚାଲିଥିଲା
- ସର୍ବଭାରତୀୟ ସ୍ତରରେ ଲାଗୁ ହେବା ପାଇଁ ଏହି ସୁବିଧା ପ୍ରସ୍ତୁତ ହୋଇଛି
- ସମସ୍ତ ମୋବାଇଲ ଫୋନର ଆଇଏମ୍ଆଇ ନମ୍ବର ଘୋଷଣା ବାଧ୍ୟତାମୂଳକ ହୋଇଛି
- ଆଇଏମ୍ଆଇ ହେଉଛି ଏକ ୧୫ ଅଙ୍କର ସଂଖ୍ୟା
- ଏହି ଆଇଏମ୍ଆଇ ନମ୍ବର ଦ୍ୱାରା ଫୋନ୍କୁ ଚିହ୍ନଟ କରାଯାଏ
- ସଂଚାର ସାଥୀ ଦ୍ୱାରା ଆଇଏମ୍ଆଇ ନମ୍ବରକୁ ଦେଖି ଫୋନ୍ ଠାବ ହୋଇପାରିବ
- ସାଧାରଣତଃ ଚୋରି ହୋଇଥିବା ମୋବାଇଲ୍ର ଆଇଏମ୍ଆଇ ନମ୍ବର ବଦଳାଇ ଦିଆଯାଏ
- ଯାହା ଦ୍ୱାରା ଚୋରି ମୋବାଇଲ ଠାବ କରିବା ସହଜ ହୁଏନାହିଁ
- ହେଲେ ନକଲି ମୋବାଇଲ ଚିହ୍ନଟ ପରେ ସମସ୍ୟା ରହିବ ନାହିଁ
- ବିଭିନ୍ନ ତଥ୍ୟକୁ ବ୍ୟବହାର କରି ନକଲି ଫୋନ୍ ବ୍ଲକ କରାଯାଇପାରିବ