ହିତାଧିକାରୀଙ୍କୁ ମିଳିବ ୫ମାସର ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜୁଲାଇରୁ ନଭେମ୍ବର ଯାଏ ଚାଉଳ ଓ ଡାଲି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ…

3,535

କନକ ବ୍ୟୁରୋ: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧୀକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାଲିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିିରେ ରଖି ଜୁଲାଇରୁ ନଭେମ୍ବର ଯାଏ ୫ ମାସ, ମାଗଣାରେ ଡାଲି ଓ ଚାଉଳ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ଏହାଦ୍ୱାରା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ପ୍ରତି ମାସରେ ମୁଣ୍ଡପିଛା ୫ କେଜି ଚାଉଳ ଆସନ୍ତା ୫ ମାସ ପାଇଁ ମାଗଣାରେ ଯୋଗାଇ ଦିଆଯିବ । ସେହିପରି ପ୍ରତି ମାସରେ ପରିବାର ପିଛା ୧ କେଜି ଡାଲି ମଧ୍ୟ ନଭେମ୍ବର ମାସ ଯାଏଁ ମାଗଣାରେ ମିଳିବ । ଏହାଦ୍ୱାରା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧାରୁ ବାଦ ପଡିଥିବା ଲକ୍ଷ ଲକ୍ଷ ହିତାଧିକାରୀ ମାନେ ଉପକୃତ ହୋଇପାରିବେ ।