ପିଲାଙ୍କ ସାଇକେଲର ବ୍ରାଣ୍ଡିଂ କରିବେ ସରକାର । ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର

Advertisment
ପିଲାଙ୍କ ସାଇକେଲର ବ୍ରାଣ୍ଡିଂ କରିବେ ସରକାର । ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର

କନକ ବ୍ୟୁରୋ : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆ ଯାଇଥିବା ସାଇକେଲର ବ୍ରାଣ୍ଡିଂ କରିବେ ସରକାର । ପିଲାଙ୍କ ସାଇକେଲ୍ରେ ଲାଗିବ ସରକାରଙ୍କ ଷ୍ଟିକର । ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର ସାଇକେଲର ଆଗପଟ. ପଛପଟ ଓ ମଝି ଫ୍ରେମ୍ରେ ଲଗାଯିବ । ଏହାର ସଫଳ ରୂପାୟନ ପାଇଁ ଜିଲ୍ଲାସ୍ତରରୁ ବ୍ଳକ ଓ ବିଦ୍ୟାଳୟ ସ୍ତରର ସମସ୍ତ ଶିକ୍ଷା ପ୍ରଶାସକଙ୍କୁ ଜଣାଇ ଦିଆଯାଇଛି ।ସାଇକେଲ ବ୍ରାଣ୍ଡିଂ ପାଇଁ ସମସ୍ତ ଷ୍ଟିକର ଆସନ୍ତା ୧୮ରୁ ୨୨ ତାରିଖ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଁଚିବ ।

ଆସନ୍ତା ୨୪ ତାରିଖରେ ବ୍ଲକକୁ ପଠାଯିବ ଷ୍ଟିକର
୨୮ ତାରିଖ ମଧ୍ୟରେ ସମସ୍ତ ବିଦ୍ୟାଳୟକୁ ଷ୍ଟିକର ପଠାଯିବ
ନଭେମ୍ବର ୩୦ରେ ସମସ୍ତ ସ୍କୁଲରେ ସାଇକେଲକୁ ଷ୍ଟିକରିଂ କରାଯିବ
ନବମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନିଜ ସାଇକେଲ ନେଇ ସ୍କୁଲକୁ ଆସିବେ
ପ୍ରଧାନଶିକ୍ଷକଙ୍କ ତତ୍ତ୍ୱାବଧାନରେ କରାଯିବ ଷ୍ଟିକରିଂ

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ସାଇକେଲ୍ ବଂଟାଯାଉଛି । ‘ଗଙ୍ଗାଧର ମେହେର ଶିକ୍ଷା ମାନକବୃଦ୍ଧି’ ଯୋଜନାରେ ସାଇକେଲ କିଣିବା ପାଇଁ ୨୦୨୩-୨୪ ଶିକ୍ଷାବର୍ଷରୁ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ୩୫୦୦ ଟଙ୍କା ଦିଆଯାଉଛି । ଏହି ଅର୍ଥରେ ସାଇକେଲ୍ କିଣି ବିଦ୍ୟାଳୟକୁ ସହଜରେ ଯିବାଆସିବା କରିପାରୁଛନ୍ତି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଛାତ୍ରଛାତ୍ରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe