କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ନୂତନ ବାସଭବନର ନିର୍ମାଣ କାର୍ଯ୍ୟ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ ହେବ। ପରିବେଶ ମନ୍ତ୍ରାଳୟର ଏକ ବିଶେଷଜ୍ଞ ପ୍ୟାନେଲ୍ ନିର୍ମାଣ କାର୍ଯ୍ୟ ଆଗେଇ ନେବାକୁ ଅନୁମତି ଦେବା ପରେ ଏହା ଡିସେମ୍ବର ୨୦୨୨ସୁଦ୍ଧା ଶେଷ ହେବ ବୋଲି ଜଣାପଡ଼ିଛି । ସଂସଦ ନିର୍ମାଣ କାର୍ଯ୍ୟ ନଭେମ୍ବର ୨୦୨୨ ସୁଦ୍ଧା, ଉପ-ରାଷ୍ଟ୍ରପତି ଏନକ୍ଲେଭ ମେ’ ୨୦୨୨ ସୁଦ୍ଧା ଏବଂ ଡିସେମ୍ବର ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିର୍ମାଣ କାମ ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀର ମୁଖ୍ୟାଳୟ ଏବଂ ଅମଲାତନ୍ତ୍ରଙ୍କ ପାଇଁ ଏକ କାର୍ଯ୍ୟନିର୍ବାହୀ ଏନକ୍ଲେଭ ଏବଂ ସାଧାରଣ କେନ୍ଦ୍ରୀୟ ସଚିବାଳୟ ମଧ୍ୟ ସମାନ ସମୟ ସୀମା ମଧ୍ୟରେ ନିର୍ମାଣ ହେବ ବୋଲି ଜଣାପଡ଼ିଛି।
ଏହି ସବୁ ପ୍ରକଳ୍ପର ମୂଲ୍ୟ ୧୩,୪୫୦ କୋଟି ବୋଲି ଆକଳନ କରାଯାଇଛି। ଏହି ଯୋଜନାରେ ପ୍ରାୟ ୪୬,୦୦୦ ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି ଆଶା କରାଯାଉଛି। ତେବେ କରୋନା ମହାମାରୀ ମଧ୍ୟରେ ଏତେ କୋଟି ଟଙ୍କା ଖର୍ଚ୍ଚ କରି ନୂତନ କୋଠା ନିର୍ମାଣ କରିବାକୁ ବିରୋଧୀ ଦଳ ସହ ସୋସିଆଲ ମିଡିଆରେ ଏହାକୁ ବିରୋଧ କରାଯାଉଥିଲେ ମଧ୍ୟ ପରିବେଶ ମନ୍ତ୍ରାଳୟ ଏହି କାମକୁ ଆଗେଇ ନେବାକୁ ଅନୁମତି ଦେଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/05/parliament.jpg)