କନକ ବ୍ୟୁରୋ : ସୋସିଆଲ ମିଡିଆରେ ସରକାରୀ ସ୍କୁଲ ଓ ଘରୋଇ ସ୍କୁଲକୁ ନେଇ ଚର୍ଚ୍ଚା । ସରକାରୀ ସ୍କୁଲରେ ପାଠପଢ଼ିଥିବା ଲୋକେ ନିଜ ପ୍ରୋଫାଇଲ ଫଟୋରେ ମୁଁ ସରକାରୀ ସ୍କୁଲରେ ପଢ଼ିଛି ବୋଲି ଲେଖୁଛନ୍ତି । ଏବଂ ଏଥିପାଇଁ ମୁଁ ଗର୍ବିିତ ବୋଲି ମଧ୍ୟ ଲେଖୁଛନ୍ତି । ମାଟ୍ରିକ ରେଜଲ୍ଟ ବାହାରିବା ପରେ କିଛି ଘରୋଇ ସ୍କୁଲର ଛାତ୍ରଛାତ୍ରୀ ସରକାରୀ ସ୍କୁଲକୁ ନେଇ ଟିପ୍ପଣୀ କରିଥିଲେ । ତା ପରେ ଏଭଳି ଟ୍ରେଣ୍ଡ ସାମନାକୁ ଆସୁଛି ।
ସୋସିଆଲ ମିଡିଆରେ ଏକ ଏଭଳି ଟ୍ରେଣ୍ଡ ସାମ୍ନାକୁ ଆସୁଛି । ନିଜ ନିଜ ପ୍ରୋଫାଇଲ ଫଟୋରେ ସେମାନେ ଲେଖୁଛନ୍ତି ‘ମୁଁ ସରକାରୀ ସ୍କୁଲରେ ପଢ଼ୁଛି’ । ହଠାତ ଏହାର କାହିଁକି ଆବଶ୍ୟକତା ପଡିଲା ତାହା ଆପଣ ଜାଣିଥିବେ ।
ମାଟ୍ରିକ ରେଜଲ୍ଟ ବାହାରିବା ପରେ କିଛି ଘରୋଇ ସ୍କୁଲର ଛାତ୍ରୀ ଖୋଲାଖୋଲି ସରକାରୀ ସ୍କୁଲ ବିଷୟରେ ମନ୍ତବ୍ୟ ଦେଲେ । ଏବଂ ଅଭିଯୋଗ ଆଣିଲେ, ବିନା ପାଠପଢ଼ାରେ ବି ଭଲ ନମ୍ବର ପାଇଛନ୍ତି ସରକାରୀ ସ୍କୁଲର ପିଲା । ଏପରିକି ସେମାନେ କିଛି ଆପତିଜନକ ଶବ୍ଦ ବି ବ୍ୟବହାର କଲେ ।
ମାଟ୍ରିକ ରେଜଲ୍ଟ ବାହାରିବା ପରେ ଏସବୁ ଥିଲା, ସେହି ପ୍ରତିକ୍ରିୟା । ଜଣେ ଛାତ୍ରୀ କହିଲେ, ଅଣ୍ଡା ଛତୁଆ ଖାଇ ସେମାନେ ଭଲ ନମ୍ବର ପାଇଲେ । ଏହା ପରେ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଦୋଷାରୋପ ଆରମ୍ଭ ହୋଇଗଲା । ଅନେକ ନିଜ ପ୍ରୋଫାଇଲ ଫଟୋରେ ଲେଖିଲେ, ମୁଁ ସରକାରୀ ସ୍କୁଲରେ ପଢ଼ୁଛି । ଏହା ପରେ ଏକ ସାନପିଲାର ଭିଡିଓ ବି ଭାଇରାଲ ହେଲା । ସୋସିଆଲ ମିଡିଆରେ ଏସବୁ ଭାଇରାଲ ହେବା ପରେ ଏନେଇ ଗୀତ ବି ତିଆରି ଚାଲିଛି । କଟକର ଏକ ଷ୍ଟୁଡିଓରେ ଏହାର ରେକର୍ଡିଂ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/69c421f5-3844-4518-a207-1f1c8b8cf222.jpg)