କନକ ବ୍ୟୁରୋ:ଗରିବ ଅସହାୟଙ୍କ ପାଇଁ ସରକାରୀ ଯୋଜନା ସାତସପନ । ମିଳିପାରୁନି ଦିବ୍ୟାଙ୍ଗଙ୍କୁ ସରକାରଙ୍କ ଯୋଜନାର ସୁବିଧା। ନାନା ଅସୁବିଧାରେ ଦିନ କାଟୁଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଆଶ୍ରୟପୁର ଗାଁର ଦିବ୍ୟାଙ୍ଗ ନିଥ ଶବର । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ । ପଲିଥିନ ତଳେ ବିତୁଛି ଜୀବନ । ଚାରିପାଣୀ କୁଟୁମ୍ବକୁ ନେଇ ତାଙ୍କ ଛୋଟ ପରିବାର । ବାଉଁଶରୁ କୁଲା ବୁଣି ଗାଁ ଗାଁ ବୁଲି ଦ୍ୱିଲ ଚେୟାରରେ ଯାହା ବିକନ୍ତି ସେଥିରେ ପରିବାର ଚଳେ । କେବଳ ସରକାରଙ୍କ ପକ୍ଷରୁ ଦିବ୍ୟାଙ୍ଗ ଭତ୍ତା ବାବଦରେ ମିଳୁଛି ୭ ଶହ ଟଙ୍କା । ଅନ୍ୟ କିଛି ସୁବିଧା ଏପର୍ଯ୍ୟନ୍ତ ମିଳିପାରିନାହିଁ ନିଥ ଶବରଙ୍କୁ ।
୪ ବର୍ଷ ବୟସରେ ନିଥ ଶବରଙ୍କୁ ସାମାନ୍ୟ ଜ୍ୱର ହୋଇଥିଲା । ତାଙ୍କ ବାପା ମେଡିକାଲ ନେଇ ଚିକିତ୍ସା କରାଇଲେ । ଜ୍ୱର ଛାଡ଼ିଗଲା ହେଲେ ଦଇବ ଦାଉ ସାଜିଲା ନାଥଙ୍କ ଅଣ୍ଟାଠୁ ଗୋଡ଼ ପର୍ଯ୍ୟନ୍ତ ଅକାମୀ ହୋଇପଡ଼ିଥିଲା । ସେବେଠାରୁ ଯାତାୟତ ପାଇଁ ତାଙ୍କୁ ହ୍ୱିଲ ଚେୟାର ଭରସା । ତାଙ୍କୁ ସରକାରୀ ସୁବିଧା ମିଳିବା ନେଇ ଘର ଠାରୁ ଦ୍ୱର ୨୦ କିଲୋମିଟର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଅନେକ ଥର ଅଭିଯୋଗ କରିଛନ୍ତି ହେଲେ କେହି ଶୁଣିନଥିବା କହିଛନ୍ତି ନିଥ ଶବର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/vlcsnap-2023-02-08-18h47m09s949.jpg)