କନକ ବ୍ୟୁରୋ : ଆଫ୍ରିକୀୟ ଦେଶ ଗାମ୍ବିଆରେ କଫ୍ ସିରଫ ଖାଇ ୬୬ରୁ ଅଧିକ ଶିଶୁଙ୍କ ମୃତ୍ୟୁକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସତର୍କ କରାଇଛି । ଏହି କଫ ସିରଫ ଭାରତ ସହ ଲିଙ୍କ୍ ଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମାନ କରୁଥିବା ବେଳେ ଭାରତ ଏହାକୁ ପ୍ରତ୍ୟାଖାନ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏହି କଫ ସିରଫ କେବଳ ଏକ୍ସପର୍ଟମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା ଏହା ଭାରତରେ ବିକ୍ରି ପାଇଁ ନୁହେଁ । ସମାନ ମେଡିସିନ ପ୍ରସ୍ତୁତକାରୀ କମ୍ପାନୀ ହରିଆଣାର ମେଡେନ ଫାର୍ମାସିଟିକାଲର ୪ଟି ଔଷଧକୁ ପରୀକ୍ଷା ପାଇଁ ପଠାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Advertisment

ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ମୈଡେନ୍ ଫାର୍ମାସିଟ୍ୟୁକାଲ ସିରଫ ଗୁଡ଼ିକ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛି ଡବ୍ଲୁଏଚଓ । ଭାରତୀୟ ଡ୍ରଗସ୍ କଣ୍ଟ୍ରୋଲ ଜେନେରାଲ ତରଫରୁ ୪ଟି କଫ୍ ସିରଫର ତଦନ୍ତ ଆରମ୍ଭ ହୋଇଛି । ସେଣ୍ଟ୍ରାଲ ଡ୍ରଗସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ପକ୍ଷରୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଭାରତୀୟ ଡ୍ରଗସ୍ କମ୍ପାନୀ ଦ୍ୱାରା ନିର୍ମିତ ଥଣ୍ଡା ଓ କାଶ ସିରଫ ସେବନ ପରେ ଶିଶୁମାନଙ୍କ ଠାରେ କିଡନୀ ସମସ୍ୟା ଦେଖାଯିବା ପରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ଏଭଳି ସମ୍ବେଦନଶୀଳ ଘଟଣାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅତ୍ୟନ୍ତ ଗୁରୁତର ସହ ନେଇଛି ।