ମଦୁଆ ଚାଳକଙ୍କ ଲାଇସେନ୍ସ ବାତିଲ ନେଇ କଠୋର ହେଲେ ସରକାର । ସମସ୍ତ ଆରଟିଓଙ୍କୁ ଚିଠି ଲେଖି ତାଗିଦ କଲେ ପରିବହନ କମିଶନର

204

କନକ ବ୍ୟୁରୋ : ମଦୁଆ ଚାଳକଙ୍କ ଲାଇସେନ୍ସ ବାତିଲ ନେଇ କଠୋର ହେଲେ ସରକାର  । ଏନେଇ ସମସ୍ତ ଆରଟିଓଙ୍କୁ ତାଗିଦ କରି କହିଛନ୍ତି ପରିବହନ କମିଶନର  । ଧରପଡ଼ିଥିବା ମଦୁଆ ଡ୍ରାଇଭରଙ୍କ ତୁଳନାରେ ଲାଇସେନ୍ସ ବାତିଲ ସଂଖ୍ୟା କାହିଁକି ଅତି କମ୍ ସେନେଇ ପ୍ରଶ୍ନ ପଚାରିଛନ୍ତି କମିଶନର  । ସାରଥୀ ଡାଟାବେଶରୁ ଏହି ତଥ୍ୟ ସାମ୍ନାକୁ ଆସିଛି  । ସୁପ୍ରମିକୋର୍ଟ କମିଟିଙ୍କ ନିର୍ଦେଶନାମାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ଆରଟିଓମାନଙ୍କୁ ଚେତାଇ ଦେଇଛନ୍ତି କମିଶନର ।

ଆରଟିଓମାନଙ୍କ ରିପୋର୍ଟ ଅନୁସାରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ପରେ ୩୩୪ଟି ଘଟଣାରେ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଛି  । ସେପଟେ କ୍ରାଇମବ୍ରାଂଚ ରିପୋର୍ଟ ଆଧାରରେ ୪୯୬ ଜଣ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ନେଇ ଆରଟିଓମାନଙ୍କୁ ଅବଗତ କରାଯାଇଛି  । ତେବେ ସେମାନଙ୍କ ମଧ୍ୟରୁ କେବଳ ୧୨୬ ଜଣ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ ହୋଇଥିବା ସାରଥୀ ଡାଟାବେସରୁ ଜଣାପଡ଼ିଛି  ।

Comments are closed.