କନକ ବ୍ୟୁରୋ : ମଦୁଆ ଚାଳକଙ୍କ ଲାଇସେନ୍ସ ବାତିଲ ନେଇ କଠୋର ହେଲେ ସରକାର । ଏନେଇ ସମସ୍ତ ଆରଟିଓଙ୍କୁ ତାଗିଦ କରି କହିଛନ୍ତି ପରିବହନ କମିଶନର । ଧରପଡ଼ିଥିବା ମଦୁଆ ଡ୍ରାଇଭରଙ୍କ ତୁଳନାରେ ଲାଇସେନ୍ସ ବାତିଲ ସଂଖ୍ୟା କାହିଁକି ଅତି କମ୍ ସେନେଇ ପ୍ରଶ୍ନ ପଚାରିଛନ୍ତି କମିଶନର । ସାରଥୀ ଡାଟାବେଶରୁ ଏହି ତଥ୍ୟ ସାମ୍ନାକୁ ଆସିଛି । ସୁପ୍ରମିକୋର୍ଟ କମିଟିଙ୍କ ନିର୍ଦେଶନାମାକୁ ଠିକଣା ଭାବେ କାର୍ଯ୍ୟକାରୀ କରିବାକୁ ଆରଟିଓମାନଙ୍କୁ ଚେତାଇ ଦେଇଛନ୍ତି କମିଶନର ।
ଆରଟିଓମାନଙ୍କ ରିପୋର୍ଟ ଅନୁସାରେ ସଂଶୋଧିତ ମୋଟରଯାନ ଆଇନ ଲାଗୁ ପରେ ୩୩୪ଟି ଘଟଣାରେ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼ିଛି । ସେପଟେ କ୍ରାଇମବ୍ରାଂଚ ରିପୋର୍ଟ ଆଧାରରେ ୪୯୬ ଜଣ ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ନେଇ ଆରଟିଓମାନଙ୍କୁ ଅବଗତ କରାଯାଇଛି । ତେବେ ସେମାନଙ୍କ ମଧ୍ୟରୁ କେବଳ ୧୨୬ ଜଣ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ ହୋଇଥିବା ସାରଥୀ ଡାଟାବେସରୁ ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/b6ddee48306555c7357016c13403b57a.jpg)