ନିଲମ୍ବନ ପ୍ରତ୍ୟାହାର ପରେ ନୂଆ ନିଯୁକ୍ତି: ଆଇଏଏସ ବିଜୟ କେତନଙ୍କ ନିଲମ୍ବନ ପ୍ରତ୍ୟାହାର । ଗତ ବର୍ଷ ଲାଞ୍ଚନେବା ଅଭିଯୋଗରେ ଗିରଫ କରିଥିଲା ଭିଜିଲାନ୍ସ, ନିଲମ୍ବନ ପ୍ରତ୍ୟାହାର ପରେ ସାଙ୍ଗେ ସାଙ୍ଗେ ନୂଆ ନିଯୁକ୍ତି ଦେଲେ ରାଜ୍ୟ ସରକାର

445

କନକ ବ୍ୟୁରୋ: ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର । ନିଲମ୍ବନ ପ୍ରତ୍ୟାହାର କରିବା ସହ ତାଙ୍କୁ ପୁନଃସ୍ଥାପନ କରାଯାଇଛି । ବିଜୟ କେତନ ଉପାଧ୍ୟାୟଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ସେକ୍ରେଟାରୀ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ଏ ନେଇ ଆଦେଶ ପତ୍ର ଜାରି କରିଛନ୍ତି ସରକାର ।

ତେବେ ଗତବର୍ଷ ଡିସେମ୍ବର ୩୦ ତାରିଖରେ ଉଦ୍ୟାନକୃଷିର ନିର୍ଦ୍ଦେଶକ ଥିବା ବିଜୟ କେତନଙ୍କୁ ନିଲମ୍ବନ କରାଯାଇଥିଲା । ଲାଂଚ ନେବା ଓ ଅନୈତିକ ଉପାୟରେ ସଂପତି ଠୁଳ କରିଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ଫୌଜଦାରୀ ମାମଲା ଦାୟର କରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କୁ ନିଲମ୍ବନ କରିଥିଲେ ସରକାର ।