କନକ ବ୍ୟୁରୋ: ଆଇଏଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର । ନିଲମ୍ବନ ପ୍ରତ୍ୟାହାର କରିବା ସହ ତାଙ୍କୁ ପୁନଃସ୍ଥାପନ କରାଯାଇଛି । ବିଜୟ କେତନ ଉପାଧ୍ୟାୟଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍ ରେଭେନ୍ୟୁର ସେକ୍ରେଟାରୀ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି । ଏ ନେଇ ଆଦେଶ ପତ୍ର ଜାରି କରିଛନ୍ତି ସରକାର ।
ତେବେ ଗତବର୍ଷ ଡିସେମ୍ବର ୩୦ ତାରିଖରେ ଉଦ୍ୟାନକୃଷିର ନିର୍ଦ୍ଦେଶକ ଥିବା ବିଜୟ କେତନଙ୍କୁ ନିଲମ୍ବନ କରାଯାଇଥିଲା । ଲାଂଚ ନେବା ଓ ଅନୈତିକ ଉପାୟରେ ସଂପତି ଠୁଳ କରିଥିବା ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ପରେ ଫୌଜଦାରୀ ମାମଲା ଦାୟର କରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କୁ ନିଲମ୍ବନ କରିଥିଲେ ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/6-1-750x430-1.jpg)