ରାଜ୍ୟର ସବୁ ଆରଟିଓଙ୍କ ସହିତ ସଚିବଙ୍କ ବୈଠକ ଶେଷ । ୩ ମାସ ପାଇଁ ଜରିମାନା ଆଦାୟ କୋହଳ ହେବ, କିନ୍ତୁ ବେପରୁଆ ଗାଡି ଚାଳକଙ୍କ ଉପରେ ନଜର ରହିବ ।

Advertisment
ରାଜ୍ୟର ସବୁ ଆରଟିଓଙ୍କ ସହିତ ସଚିବଙ୍କ ବୈଠକ ଶେଷ । ୩ ମାସ ପାଇଁ ଜରିମାନା ଆଦାୟ କୋହଳ ହେବ, କିନ୍ତୁ ବେପରୁଆ ଗାଡି ଚାଳକଙ୍କ ଉପରେ ନଜର ରହିବ ।

କନକ ବ୍ୟୁରୋ : ୩ ମାସ ପାଇଁ କୋହଳ ହେବ ଗାଡ଼ିର କାଗଜପତ୍ର ଯାଂଚ । ରାଜ୍ୟର ସବୁ ଆରଟିଓଙ୍କ ସହିତ ବିଭାଗୀୟ ସଚିବ ଆଲୋଚନା କରିବା ପରେ ନିଆଯାଇଛି ଏଭଳି ଏକ ନିଷ୍ପତି । ହେଲେ ହେଲମେଟ୍, ସିଟବେଲ୍ଟ, ମୋବାଇଲ, ଟ୍ରିପଲ ରାଇଡିଂ ଏବଂ ମଦୁଆ ଡ୍ରାଇଭରଙ୍କ ଉପରେ ରହିବ ଟ୍ରାଫିକ୍ ପୁଲିସର କଡ଼ା ନଜର ।

ନୂଆ ଟ୍ରାଫିକ ନିୟମ ଓ ଜରିମାନା ଆଦାୟ ପରେ ଲୋକଙ୍କ ଭିତରେ ଅସନ୍ତୋଷ ଏଭଳି ବଢିଗଲା ଯେ ତାହାକୁ ନିୟନ୍ତ୍ରଣ କରିବା ପୁଲିସ ପାଇଁ କାଠିକର ପାଠ ହୋଇଗଲା । ରାଜଧାନୀର ରାଜରାସ୍ତାରେ ପୋଲିସ ଓ ପବ୍ଲିକ ମୁହାଁମୁହିଁ ହୋଇଗଲେ । ଲୋକଙ୍କ ଭିତରେ ଅସନ୍ତୋଷର ନିଆଁ ଲିଭାଇବାକୁ ମୁଖ୍ୟମନ୍ତ୍ରୀ ୩ ମାସ ଯାଏଁ ଜରିମାନା ଆଦାୟକୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦେଲେ । ମଙ୍ଗଳବାର ପରିବାହନ ବିଭାଗ ସଚିବ ରାଜ୍ୟର ସମସ୍ତ ଆରଟିଓଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରି କାଗଜପତ୍ର ଯାଞ୍ଚକୁ କୋହଳ କରିବାକୁ ନିଷ୍ପତି ନେଇଛନ୍ତି ।

ଆଗାମୀ ତିନି ମାସଯାଏଁ ଜରିମାନାର ଜୁଲମରୁ ରାଜ୍ୟବାସୀଙ୍କୁ ନିସ୍ତାର ମିଳିବ । ଏହି ତିନିମାସ ମଧ୍ୟରେ ଲୋକଙ୍କୁ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରିବାକୁ ପଡିବ । କାରଣ ଆଜିର ବ୍ୟବସ୍ଥାରେ ଆପଣ ଚାହିଁଲେ ମଧ୍ୟ ତୁରନ୍ତ କାଗଜପତ୍ର ମିଳିପାରିବ ନାହିଁ । ଏହି ତିନିମାସ ମଧ୍ୟରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ, ଗାଡିର ଫିଟ୍ନେସ ସାର୍ଟିଫିକେଟ ଓ ଗାଡିର ଅନ୍ୟ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ପଡିବ । ତେବେ ଯେଉଁ ୬ଟି ନିୟମକୁ ନେଇ ପୁଲିସ ଯାଞ୍ଚ କରୁଛି, ତାହା ପୂର୍ବପରି ଜାରି ରହିବ । ଦୁଇଚକିଆ ଯାନରେ ୨ରୁ ଅଧିକ ଜଣ ବସିବା, ହେଲମେଟ୍ ନପିନ୍ଧିବା, କାରରେ ସିଟ୍ବେଲ୍ଡ ନପିନ୍ଧିବା, ଭୁଲ ଦିଗରେ ଗାଡି ଚଲାଇବା, ମଦ ପିଇ ଗାଡି ଚଲାଇବା, ଗାଡି ଚଲାଇଲା ବେଳେ ମୋବାଇଲରେ କଥା ହେବା ପରି ଘଟଣାରେ ପୁଲିସ ଜରିମାନା ଆଦାୟ କରି ପାରିବ ।

ବର୍ଷ ବର୍ଷ ଧରି ମନଇଚ୍ଛା ଗାଡି ଚଳାଉଥିବା ଲୋକଙ୍କ ଉପରେ ହଠାତ୍ ଜରିମାନାର ବଡ ଚାବୁକ୍ ପଡିଯିବା ପରେ ସମସ୍ତେ ଚିହିଁକି ଉଠିଲେ । ଆଉ ଏବେ ସେହି ତିନିମାସ ମହଲତର ସମୟ । ଏହି ସମୟ ପରେ ହୁଏତ ଆଉ କୋହଳ ନହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe