କନକ ବ୍ୟୁରୋ : କୋଭିସିଲ୍ଡ ଟିକା ଡୋଜ୍ ଅବଧି ବଢାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ । କୋଭିସିଲ୍ଡ ଟିକା ଡୋଜ୍ ମଧ୍ୟରେ ଅବଧିକୁ ୨୮ ଦିନ ପରିବର୍ତ୍ତେ ୬ରୁ ୮ ସପ୍ତାହ କରିବା ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଆମ ଦେଶରେ କୋଭିସିଲଡ୍ ଏବଂ କୋଭାକ୍ସିନ୍ ଦୁଇଟି କରୋନା ଟିକା ଦିଆଯାଉଛି । ଏହି ଦୁଇଟି ଟିକାର ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ପରବର୍ତ୍ତୀ ଡୋଜ୍ ଦିଆଯାଉଛି ।
ତେବେ କେବଳ କୋଭିସିଲ୍ଡ ଟିକା ଦିଆଯିବା କ୍ଷେତ୍ରରେ ଦ୍ୱିତୀୟ ଡୋଜ୍ ପାଇଁ ସମୟ ବ୍ୟବଧାନ ବଢାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଦେଢ ମାସରୁ ଦୁଇ ମାସକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି । ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ଅତି କମରେ ୨୮ ଦିନ ବଦଳରେ ଦେଢରୁ ଦୁଇ ମାସ ରଖିବାକୁ ଏହି ଚିଠିରେ କୁହାଯାଇଛି । କୋଭିସିଲ୍ଡ ଟିକାକରଣରେ ଅଧିକ ସୁରକ୍ଷା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ପରେ ଏପରି ନିଷ୍ପତ୍ତି କେନ୍ଦ୍ର ସରକାର ଗ୍ରହଣ କରିଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/5-21.jpg)