ଆସନ୍ତା ୩ ମାସ ପାଇଁ କୋଭିଡ କେୟାରରେ ମିଳିବ ନିଯୁକ୍ତି: ନୂଆ ନିଯୁକ୍ତି ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ; ୬ହଜାର ୭୯୮ ପଞ୍ଚାୟତ ପାଇଁ ୭୦୦୦ ନୂଆ ନିଯୁକ୍ତି

ପ୍ରତି କୋଭିଡ କେୟାର ଦାୟିତ୍ୱରେ ଜଣେ ଲେଖାଏଁ ANM

1,858

କନକ ବ୍ୟୁରୋ: କୋଭିଡ କେୟାର ହୋମରେ ନିଯୁକ୍ତି ହେବେ ସ୍ୱାସ୍ଥ୍ୟକର୍ମୀ । ଆସନ୍ତା ୩ ମାସ ପାଇଁ ନିଯୁକ୍ତି ମିଳିବ । ଏଏନଏମଙ୍କୁ ମିଳିବ ନିଯୁକ୍ତି । ସମୁଦାୟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ । ପ୍ରତ୍ୟେକ ପଂଚାୟତରେ କୋଭିଡ କେୟାର ହୋମ ହେବ । ନିଯୁକ୍ତି ନେଇ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ୬ ହଜାର ୭୯୮ ଗ୍ରାମପଂଚାୟତରେ ସମୁଦାୟ ୭ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ମିଳିବ । ନିଯୁକ୍ତି ପାଇନଥିବା ତାଲିମପ୍ରାପ୍ତ ଏଏନଏମଙ୍କୁ ମଧ୍ୟ ମିଳିବ ଏହି ନିଯୁକ୍ତି । ଏଥିପାଇଁ ଏଏନଏମଙ୍କୁ ପ୍ରତିଦିନ ୮୫୦ ଟଙ୍କା, ଷ୍ଟାଫ ନର୍ସ ଓ ଫାର୍ମାସିଷ୍ଟଙ୍କୁ ଦୈନିକ ହଜାରେ ଟଙ୍କା ମିଳିବ ।