ଜମ୍ମୁ-କଶ୍ମୀର ପରେ ମୋଦି ସରକାର ନେବାକୁ ଯାଉଛନ୍ତି ଏକ ବଡ଼ ନିଷ୍ପତ୍ତି । ୨ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୋଟିଏ କରିବା ଲକ୍ଷ୍ୟରେ ସରକାର ।

712

ମୋଦି ସରକାର ୨ କେନ୍ଦ୍ର ଶାସିତ ରାଜ୍ୟ ଡାମନ-ଡିଉ ଏବଂ ଦାଦ୍ରା ନଗର ହାବେଳୀକୁ ମିଶାଇ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ଯାଉଛନ୍ତି । ଏଥିପାଇଁ ଲୋକସଭାରେ ଏକ ବିଲ୍ ଆଗାମୀ ସପ୍ତାହରେ ଗୃହିତ ହୋଇପାରେ । ସୂଚନାଯୋଗ୍ୟ ଜମ୍ମୁ-କଶ୍ମୀରକୁ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଭାଗ କରିବା ନିଷ୍ପତ୍ତିର ୩ ମାସ ପରେ କେନ୍ଦ୍ର ସରକାର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ଦାଦ୍ରା ନଗର ହାବେଳୀ ଓ ଡାମନ ଡିଉ ବିଲ୍ ୨୦୧୯ ଆଗାମୀ ସପ୍ତାହରେ ପ୍ରସ୍ତାବିତ କରାଯିବ । ଗୁଜୁରାଟ ନିକଟ ପଶ୍ଚିମ ଉପକୂଳରେ ଥିବା ୨ କେନ୍ଦ୍ରଶାସିତ ଅଞ୍ଚଳକୁ ବିଳୟ କରିବା ଦ୍ୱାରା ଭଲ ପ୍ରଶାସନ ଓ ବିଭିନ୍ନ କାର୍ଯ୍ୟ ଉପରେ ସୁବିଧା କରାଯିବାର ଲକ୍ଷ୍ୟ ରଖାଯାଇଛି । ଉଭୟ କେନ୍ଦ୍ରଶାସିତ ଅଞ୍ଚଳର ଦୂରତା ମାତ୍ର ୩୫ କିଲୋମିଟର କିନ୍ତୁ ଉଭୟ ପାଇଁ ଭିନ୍ନ ଭିନ୍ନ ବଜେଟ ଓ ସଚିବାଳୟ ରହିଛି । ଦାଦ୍ରା ନଗର ହାବେଳୀରେ କେବଳ ଗୋଟିଏ ଜିଲ୍ଲା ରହିଛି । ଡାମନ-ଡିଉରେ ୨ ଟି ଜିଲ୍ଲା ଅଛି । ବିଳୟ ପରେ ଦାଦ୍ରା ନଗର ହାବେଳୀ, ଡାମନ-ଡିଉ ହୋଇପାରେ । ଏହାର ମୁଖ୍ୟ କାର୍ଯ୍ୟାଳୟ ଡାମନ-ଡିଉ ରହିପାରେ । ଅଗଷ୍ଟ ୫ ରେ ଜମ୍ମୁ କଶ୍ମୀର ବିଭାଜନ କରି ୨ଟି କେନ୍ଦ୍ରଶାସିତ ରାଜ୍ୟ ଘୋଷଣା କରାଯିବା ପରେ ବର୍ତ୍ତମାନ ଦେଶରେ କେନ୍ଦ୍ରଶାସିତ ଅଞ୍ଚଳ ସଂଖ୍ୟା ୯ ରେ ପହଞ୍ଚିଛି ।