ସରକାରୀ ବାବୁ ବୋଲି କଣ କିଛି ମାନିବନି… । ନିୟମ ଉଲ୍ଲଂଘନ କରି ମହାପ୍ରଭୁଙ୍କ ଦର୍ଶନ କଲେ ସତ୍ୟବାଦୀ ତହସିଲଦାରଙ୍କ ପରିବାର, ପୁଲିସ୍ ଅଟକାଇଲା, ହେଲେ ଖାତିର୍ କଲେନି ମାଜିଷ୍ଟ୍ରେଟ୍ ।

242

କନକ ବ୍ୟୁରୋ : ବଡବାବୁଙ୍କ ଦିଅଁ ଦର୍ଶନକୁ ନେଇ ବିବାଦ । ଶ୍ରୀମନ୍ଦିର ପ୍ରଶାସନର ନିୟମାବଳୀକୁ  ଅବମାନନା କରି ମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଜଣେ ପ୍ରଶାସନିକ ଅଧିକାରୀ । ସାଧାରଣ ଲୋକ ଆବଶ୍ୟକୀୟ ଡକ୍ୟୁମେଂଟ ଦେଖାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । କିନ୍ତୁ ସତ୍ୟବାଦୀ ତହସିଲଦାର ମନୋଜ ନାୟକ, ପରିବାର ସହ ଶ୍ରୀମନ୍ଦିର ପ୍ରବେଶ କରିଥିଲେ ।

ଆବଶ୍ୟକ କାଗଜପତ୍ର ଦେଖାଇ ପୁରୀ ପୌରସଂସ୍ଥାର ବିଭିନ୍ନ ୱାର୍ଡର ହଜାର ହଜାର ଭକ୍ତ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ଏହି ପ୍ରଶାସନିକ ଅଧିକାରୀଙ୍କ ପରିବାର କିପରି ମନ୍ଦିର ଭିତରେ ପ୍ରବେଶ କଲେ ଏବେ ତାକୁ ନେଇ ଉଠିଛି ପ୍ରଶ୍ନ । ମନ୍ଦିର ପ୍ରବେଶ ନିୟମକୁ ଉଲ୍ଲଙ୍ଘନ କରି ମନ୍ଦିର ଭିତରକୁ ଯାଇଥିବା ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ସତ୍ୟବାଦୀ ତହସିଲଦାର ମନୋଜ ନାୟକ । ଶ୍ରୀମନ୍ଦିର ଉତର ଦ୍ୱାର ଦେଇ ନିଜ ପରିବାର ସହିତ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ । ପୁଲିସ ଅଟକାଇବାକୁ ଚେଷ୍ଟା କରିିଲେ ମଧ୍ୟ ମାନିନଥିଲେ ସତ୍ୟବାଦୀ ତହସିଲଦାର ।

ଆସନ୍ତା ୩୦ ଓ ୩୧ ତାରିଖରେ ପୁରୀ ବାସୀଙ୍କ ସହ ପୁରୀରେ ରହୁଥିବା କର୍ମଜୀବୀ ଓ ଭଡାଟିଆଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ । ତେବେ ଏଥିପାଇଁ ସେମାନଙ୍କୁ ପ୍ରମାଣ ପତ୍ର ଦେଖାଇବାକୁ ପଡିବ । । କିନ୍ତୁ ଏସଓପିକୁ ଉଂଲଘନ କରୀ ସତ୍ୟବାଦୀ ତହସିଲଦାର ନିଜ ପରିବାର ସହିତ ମହାପ୍ରଭୁଙ୍କ ଦର୍ଶନ କରିବା କେତେଦୂର ଆଇନସଂଗତ ତାକୁ ନେଇ ପ୍ରଶ୍ନ ଉଠିଛି । ଜିଲ୍ଲାପାଳ କହିଛନ୍ତି ସରକାରୀ ଅଧିକାରୀଙ୍କୁ ଦର୍ଶନ ପାଇଁ ଆଗକୁ ଚିରିକୁଟି ଦିଆଯିବ । କିନ୍ତୁ ଏହା ପୂର୍ବରୁ ତହସିଲଦାର ଏଭଳି ପରିବାର ସହ ମନ୍ଦିରରେ ପ୍ରବେଶ କରିବା କେତେଦୂର ସମିଚୀନ ସେନେଇ ପ୍ରଶ୍ନ ଉଠିଛି ।