କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ମିଶ୍ରଣ ପର୍ବ ଯଦିଓ ନୂଆ ନୁହେଁ, ତଥାପି ରାଜନୀତିରେ ରୁଚି ରଖୁଥିବା ବାବୁଙ୍କ ସଂଖ୍ୟା ହୁଏତ ବଢ଼ିବାରେ ଲାଗିଛି । ପୂର୍ବରୁ ଅନେକ ବ୍ୟକ୍ତି ସରକାରୀ ଚାକିରିରୁ ଆସି ରାଜନୀତି କରିବା ଏବଂ ରାଜନୀତିରେ ସଫଳ ହେବାର ଅନେକ ଉଦାହରଣ ଭିତରେ, ଏବେ ଦୁଇ ଜଣ ଚେହେରାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସମ୍ବିତ ତ୍ରିପାଠୀ । ପୂର୍ବତନ ଆଇଆରଏସ୍ ଅଧିକାରୀ । ଏବଂ ରାଇସେନ ମୁର୍ମୁ । ପୂର୍ବତନ ପୁଲିସ ଅଧିକାରୀ । ଜଣେ ଶାସକ ବିଜେଡି ଦଳରେ ସାମିଲ୍ ହୋଇଥିବା ବେଳେ ଆଉ ଜଣେ ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ୍ ହୋଇଛନ୍ତି । ଦୀର୍ଘ ୨୨ ବର୍ଷର ପ୍ରଶାସନିକ ଅଭିଜ୍ଞତାକୁ ସମାଜସେବାରେ ବିନିଯୋଗ କରିବା ପାଇଁ ସମ୍ବିତ ତ୍ରିପାଠୀ, ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଜେଏନୟୁ ଓ ଦିଲ୍ଳୀ ବିଶ୍ୱବିଦ୍ୟାଳୟ ଭଳି ବହୁ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାରେ ଉଚ୍ଚଶିକ୍ଷା ହାସଲ କରିଥିବା ସମ୍ବିତ, ଆଇଏଆର୍ଏସ ଭାବେ ଚାକିରି ଜୀବନ ଆରମ୍ଭ କରି ଥିଲେ । ବଡ଼ କଥା ହେଉଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବ୍ୟକ୍ତିଗତ ସଚିବ ଭାବେ ମଧ୍ୟ କାମ କରିଛନ୍ତି ସମ୍ବିତ । ଏପଟେ ୧୪ ବର୍ଷର ସରକାରୀ ଚାକିରି ପରେ ପୋଲିସ୍ ଡିଏସି ପାହ୍ୟାରୁ ଅବସର ନେଇଥିବା ରାଇସେନ ମୁର୍ମୁ, ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ।
କେବଳ ବାବୁ କାହିିଁକି ସାମାଜିକ ଜୀବନରେ ଥିବା କିଛି ତୁଙ୍ଗ ବ୍ୟକ୍ତିତ୍ୱ ମଧ୍ୟ ରାଜନୀତି କରିବା ପାଇଁ ବିଜେପିକୁ ବାଛିଛନ୍ତି । ଦୁର୍ଗା ଦେବୀ, କନିକା ରାଣୀ । ରଘୁରାମ ମାଛ, କୋରାପୁଟ ଛାମୁଆ ନେତା । ହିଂମାଶୁ ମହାପାତ୍ର, ଜୟପୁରର ସଂଗଠକଙ୍କ ସମେତ ଏକାଧିକ ନେତା, ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି ।
ତେବେ ବିଭିନ୍ନ କ୍ଷେତ୍ରରେ ସଫଳ ହୋଇଥିବା, ଅଭିଜ୍ଞତା ସଂପନ୍ନ ବ୍ୟକ୍ତିମାନେ ରାଜନୀତିରେ ସାମିଲ ହେବା ଉଭୟ ବିଜେଡି ଓ ବିଜେପି ଶିବିରକୁ ଉତ୍ସାହିତ କରିଛି ।
ନିର୍ବାଚନ ଯେତେ ପାଖେଇ ଆସିବ, ଏଭଳି ମିଶ୍ରଣ ପୂର୍ବ ଓ ଦଳବଦଳ ସେତେ ଦେଖିବାକୁ ମିଳିବ । କିନ୍ତୁ ଏହା କେଉଁ ଦଳ ପାଇଁ ଲାଭ ଦାୟକ ହେଉଛି, ତାହା ଦେଖିବାର କଥା ।