କନକ ବ୍ୟୁରୋ : ମାଗଣାରେ ଏଲପିଜି ସିଲିଣ୍ଡର ବାଂଟିବେ ସରକାର । ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାର ମାଗଣା ସିଲିଣ୍ଡର ବାଂଟିବେ । ଆସନ୍ତା ତିନି ମାସ ଯାଏଁ ଉଜ୍ଜ୍ୱଳା ହିତାଧିକାରୀ ମାଗଣା ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର । ଏହାଦ୍ୱାରା ଦେଶର ଆଠ ଦଶମିକ ତିନି କୋଟି ବିପିଏଲ ପରିବାର ଉପକୃତ ହେବେ । ସେହିପରି ଇପିଏଫରୁ ଟଙ୍କା ଉଠାଣକୁ ମଧ୍ୟ କୋହଳ କରାଯାଇଛି ।
ଯେଉଁମାନେ ମାସିକ ୧୫ ହଜାର ଟଙ୍କା ଆୟ କରୁଛନ୍ତି, ସେମାନେ ଇପିଏଫରୁ ୭୫ ପ୍ରତିଶତ ଟଙ୍କା ଉଠାଣ କରିପାରିବେ । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମୁକାବିଲା ପାଇଁ ୧.୭ ଲକ୍ଷ କୋଟି ଟଙ୍କାର ସହାୟତା ମୂଳକ ଅର୍ଥନୈତିକ ପ୍ୟାକେଜ ଘୋଷଣା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/9-9.jpg)