କନକ ବ୍ୟୁରୋ : ଭାରତରେ ଆଉ ୫୪ଟି ଚାଇନିଜ୍ ଆପ୍ ବ୍ୟାନ୍ ହେଲା । ଚାଇନିଜ୍ ଆପକୁ ବ୍ୟାନ କଲେ କେନ୍ଦ୍ର ସରକାର । ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଆପ୍ ଉପରେ ଲାଗିଲା କଟକଣା । ବ୍ୟାନ ତାଲିକାରେ ଆଲି ବାବା, ଟେନସେଂଟ ଏବଂ ନେଟ୍ ଇଜ ଭଳି କମ୍ପାନୀର ଆପ୍ଲିକେସନ ରହିଛି । ବ୍ୟାନ ହୋଇଥିବା ଆପ୍ଲିକେସନ ଗୁଡିକ ମୁଖ୍ୟତଃ ବ୍ୟୁଟି କ୍ୟାମେରା, ସୁଇଟି ସେଲଫି, ଗେମିଂ ଆପ୍ ଏବଂ ମୋବାଇଲ ଭିଡିଓ ଏଡିଟିଂ ଆପ୍ ରହିଛି ।

Advertisment

ପୂର୍ବରୁ ମଧ୍ୟ କେନ୍ଦ୍ର ସରକାର ଏପରି ଆପକୁ ବ୍ୟାନ କରିଥିଲେ । ଏହି ଆପ ଗୁଡିକ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିଲା । ଏହାକୁ ମିଶାଇ କେନ୍ଦ୍ର ସରକାର ୨୨୪ ଚାଇନିଜ ଆପକୁ ବ୍ୟାନ କରିଛନ୍ତି । ୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ଏହାପରେ କେନ୍ଦ୍ର ସରକାର ଚାଇନିଜ ଆପ ଗୁଡିକ ଗୁଇନ୍ଦାଗିରି କରୁଥିବା ଜାଣିବାକୁ ପାଇଥିଲେ ।

ସୂଚନାନୁସାରେ, ୨୦୨୦ରେ ମଧ୍ୟ ୨୫୦ରୁ ଅଧିକ ଚାଇନିଜ୍ ଆପ ଉପରେ ରୋକ୍ ଲଗାଯାଇଥିଲା । ଯେଉଁଥିରେ ପବଜୀ ଭଳି ଆପ୍ସ ମଧ୍ୟ ସାମିଲ ଥିଲା । ୨୦୨୦ରେ ହୋଇଥିବା ପ୍ରଥମ ଡିଜିଟାଲ୍ ସର୍ଜିକାଲ ଷ୍ଟାଇକରେ ଟିକଟକ୍, ସେୟାରଇଟ୍, ୟୁଇଚାଟ୍, ହେଲୋ, ଲାଇକି, ୟୁସି ନ୍ୟୁଜ୍, ବିଗୋ ଲାଇଭ୍, ୟୁସି ବ୍ରାଉଜର୍, ଇଏସ୍ ଫାଇଲ୍ ଏକ୍ସପ୍ଲୋରର ଏବଂ ଏମଆଇ କମ୍ୟୁନିଟି ଭଳି ସାମିଲ୍ ରହିଥିଲା ।