ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହେଲା ନାଗରିକ ସଂଶୋଧନ ଆଇନ-୨୦୧୯ । ରାଜପତ୍ର ଜାରି କଲେ ଭାରତ ସରକାର

Advertisment
ଘରୋଇ କଂପାନୀ ମାଲିକଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ । କରୋନା ପାଇଁ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହନ୍ତୁ କିନ୍ତୁ ଚାକିରିରୁ କରନ୍ତୁ  ନାହିଁ ଛଟେଇ

କନକ ବ୍ୟୁରୋ : ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହୋଇଛି ନାଗରିକ ସଂଶୋଧନ ଆଇନ-୨୦୧୯ । ସରକାର ଏଥିପାଇଁ ଜାରି କରିଛନ୍ତି ରାଜପତ୍ର । ଜାନୁଆରୀ ୧୦ ତାରିଖ ଅର୍ଥାତ ଗତକାଲିଠାରୁ ଏହି ଆଇନ ସାରା ଦେଶରେ ଲାଗୁ ହୋଇଛି । ତେବେ ପୂର୍ବ ଘୋଷଣା ଅନୁଯାୟୀ ଏହି ଆଇନ ପୂର୍ବୋତ୍ତର ରାଜ୍ୟ ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁରର କେତେକ ଅଂଚଳରେ ଲାଗୁ ହେବ ନାହିଁ । କେନ୍ଦ୍ର ସରକାର ଏହି ଅଂଚଳରେ ଇନର ଲାଇନ ପରମିଟ୍ ଜାରି କରିଛନ୍ତି । ଏହି କାରଣରୁ ଏ ନିୟମ ଏସବୁ ଅଂଚଳରେ ଲାଗୁ ହେବ ନାହିଁ । ଏହି ଆଇନ ବଳରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ପାକିସ୍ତାନ, ବଂଲାଦେଶ, ଆଫଗାନିସ୍ତାନରୁ ଆସି ଶରଣାର୍ଥୀ ଭାବେ ଭାରତରେ ରହୁଥିବା ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କୁ ଭାରତୀୟ ନାଗରିକତା ମିଳିବ ।

ତେବେ ଏହି କେନ୍ଦ୍ର ସରକାର ଏହି ଆଇନ ଆଣିବା ପରେ ଏହାକୁ ନେଇ ଦେଶବ୍ୟାପି ତୀବ୍ର ବିରୋଧ ଦେଖିବାକୁ ମିଳିଛି । ଏପରିକି ଏହି ଆଇନ ଲାଗୁ ନକରିବା ପ୍ରତିବାଦରେ ହୋଇଥିବା ବିକ୍ଷୋଭରେ ୨୦ରୁ ଅଧିକ ଲୋକଙ୍କର ଜୀବନ ଯାଇଛି । ଏବଂ କୋଟି କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି । ଏହା ସହିତ କେତେକ ରାଜ୍ୟ ସରକାର ଏହି ନିୟମ ସେମାନଙ୍କ ରାଜ୍ୟରେ ଲାଗୁ କରିବେ ନାହିଁ ବୋଲି ଖୋଲାଖୋଲି ଘୋଷଣା କରିଛନ୍ତି । ତେବେ ଏହି ନିୟମକୁ ଦେଶବ୍ୟାପି ଲାଗୁ କରିବାକୁ ପୂର୍ବରୁ ଘୋଷଣା କରିଛି ମୋଦି ସରକାର । ଏବଂ ସରକାରଙ୍କ ଘୋଷଣା ଅନୁଯାୟୀ ଗୃହମନ୍ତ୍ରାଳୟ ଏହାକୁ ଲାଗୁ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe