ବଡ ଖବର । ଭାରତରେ ପୁଣି ବ୍ୟାନ ହେଲା ୪୩ ମୋବାଇଲ୍ ଆପ୍ । ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ କଲେ ଭାରତ ସରକାର ।

5,192

କନକ ବ୍ୟୁରୋ: ମୋବାଇଲ ୟୁଜର୍ସଙ୍କ ପାଇଁ ବଡ ଖବର । ଭାରତରେ ପୁଣି ବ୍ୟାନ ହେଲା ୪୩ ଆପ । ୪୩ଟି ମୋବାଇଲ ଆପକୁ ବ୍ୟାନ କଲେ ଭାରତ ସରକାର । ଦେଶର ସୁରକ୍ଷା ଦୃଷ୍ଟିରୁ ଏ ସମସ୍ତ ୪୩ ଆପ୍ସକୁ ବ୍ୟାନ କଲେ ଭାରତ ସରକାର । ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯ (କ) ଅନୁସାରେ ବଡ ପଦକ୍ଷେପ ।

ତେବେ ବ୍ୟାନ ହୋଇଥିବା ୪୩ ଆପ ଭିତରେ ଅଲ୍ଲିବାବା ୱକବେଞ୍ଚ, ସ୍ନାକ ଭିଡିଓ, ଡେଟିଂ ଆପ ‘ୱି ଡେଟ୍’ ଆପ୍ ବ୍ୟାନ । ତେବେ ଦେଶର ଏକତା, ଅଖଣ୍ଡତା ଉପରେ ବିପଦ ଥିବାରୁ ଏସବୁ ଆପକୁ ବ୍ୟାନ କରାଯାଇଥିବା ସୂଚନା ।

Comments are closed.