କନକ ବ୍ୟୁରୋ: ଏଣିକି ବିଦେଶରୁ ମଦ ଓ ସିଗାରେଟ ଆଣିବା ଉପରେ ଲାଗିପାରେ କଟକଣା । ଦୁଇଟି ବଦଳରେ ଗୋଟିଏ ମଦ ବୋତଲ ପାଇଁ ହେବ କଷ୍ଟମ ଡ୍ୟୁଟି ଫ୍ରି । ସିଗାରେଟ ପେଟି ଉପରୁ ବି ହଟିଯିବ ଟ୍ୟାକ୍ସ ଫ୍ରି ବ୍ୟବସ୍ଥା । ଫେବୃୁଆରୀ ୧ ବଜେଟ ପୂର୍ବରୁ ଅର୍ଥ ବିଭାଗକୁ ବାଣିଜ୍ୟ ମନ୍ତ୍ରାଳୟ ଏନେଇ ପ୍ରସ୍ତାବ ଦେଇଛି । ଅଣ ଆବଶ୍ୟକ ବସ୍ତୁର ଆମଦାନୀ କମ କରିବାକୁ ସରକାର ଏଭଳି ପ୍ରସ୍ତାବ ଆଣିବାକୁ ବିଚାର କରୁଛନ୍ତି ।

Advertisment

publive-image

ବର୍ତ୍ତମାନ ଅନ୍ତର୍ଜାତୀୟ ବିମାନ ବନ୍ଦରର ଡ୍ୟୁଟି ଫ୍ରି ଷ୍ଟୋରରୁ ୨ ବୋତଲ ମଦ ଏବଂ ଗୋଟିଏ କାର୍ଟୁନ ସିଗାରେଟ କିଣିକି ଭାରତ ଆଣିବାର ବ୍ୟବସ୍ଥା ରହିଛି । ଭାରତ ଛଡା ଅନ୍ୟ ବିଦେଶୀ ରାଷ୍ଟ୍ରମାନେ ଏକ ଲିଟର ମଦ ସହିତ ସିଗାରେଟ ଉପରେ କଟକଣା ଲଗାଇଥିବାରୁ ଭାରତ ଏଭଳି ପ୍ରସ୍ତାବ ଆଣିବାକୁ ବିଚାର କରୁଛି । ଡ୍ୟୁଟି ଫ୍ରି ଷ୍ଟୋରରୁ ସର୍ବାଧିକ ୫୦ ହଜାର ପର୍ଯ୍ୟନ୍ତ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଛି । ଯେଉଁଥିରେ ଆମାଦାନୀ ଶୁଳ୍କ ଲାଗୁ ନାହିଁ । ଭାରତର ଆର୍ଥକ କ୍ଷତିକୁ ଦୃଷ୍ଟିରେ ରଖି ସରକାର ମେକ ଇନ ଇଣ୍ଡିଆକୁ ପ୍ରାଧାନ୍ୟ ଦେବାକୁ ଉଦ୍ୟମ କରୁଛନ୍ତି ।