କନକ ବ୍ୟୁରୋ : ମୋଦୀଙ୍କ ଖାଦ୍ୟ ପାଇଁ ସରକାରୀ ତହବିଲରୁ ଟଙ୍କାଟିଏ ବି ହୁଏନି ଖର୍ଚ୍ଚ । ହେଲେ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ତାଙ୍କ ଖାଇବା ଖର୍ଚ୍ଚ ଉଠାନ୍ତି । ପିଏମଓ ତରଫରୁ ଦିଆଯାଇଛି ସୂଚନା ଅଧିକାର ଆଇନ ଅନୁସାରେ ମଗାଯାଇଥିବା ତଥ୍ୟରେ ଏପରି ଉଲ୍ଲେଖ କରାଯାଇଛି ।

Advertisment

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସଚିବ ବିନୋଦ ବିହାରୀ ସିଂହ କହିଛନ୍ତି ମୋଦୀଙ୍କ ଖାଦ୍ୟ ପାଇଁ ସରକାରୀ ବଜେଟରୁ ଟଙ୍କା ଖର୍ଚ୍ଚ ହୁଏନି । ବର୍ତ୍ତମାନର ସରକାର ସଂସଦ ଭବନରେ ଥିବା କ୍ୟାଣ୍ଟିନକୁ ନେଇ ଅନେକ ସଂସ୍କାର କରିଛନ୍ତି । ୨୦୨୧ ଜାନୁଆରୀ ୧୯ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ପାଲାମେଣ୍ଟ କ୍ୟାଣ୍ଟିନରେ ସାଂସଦମାନଙ୍କୁ ଦିଆଯାଉଥିବା ସବସିଡି ଉଠାଇ ଦେଇଛନ୍ତି ।