ରୋଗୀଙ୍କୁ ମିଳୁନି ହେଲେ ରାସ୍ତାରେ ପିଙ୍ଗା ହେଉଛି । ରାସ୍ତାରେ ପଡିଛ ବିପୁଳ ପରିମାଣର ସରକାରୀ ଔଷଧ, କେଉଁଠୁ ଆସିଲା କିଏ ପକାଇଲା ତାକୁ ନେଇ ଖୋଳତାଡ ଆରମ୍ଭ

165

କନକ ବ୍ୟୁରୋ : ରୋଗୀଙ୍କୁ ଦିଆଯିବା ଔଷଧ ରୋଗୀଙ୍କୁ ମିଳୁ ନାହିଁ । ହେଲେ ଜଙ୍ଗଲରେ ସେହି ଔଷଧକୁ ଫିଙ୍ଗା ଯାଉଛି । ନବରଙ୍ଗପୁର ଜିଲ୍ଲା କୋଷାଗୁମଡା ବ୍ଲକର ପଣ୍ଡୁଗୁଡା ଯିବା ରାସ୍ତାର ନୀଳଗିରି ଜଙ୍ଗଲରେ ପଡିରହିଛି ବିପୁଳ ପରିମାଣରେ ସରକାରୀ ଔଷଧ । ଉଦବେଗଜନକ କଥା ହେଉଛି ଫିଙ୍ଗା ଯାଇଥିବା ଔଷଧର କେତେକ ଏକ୍ସପାରିଡେଟ ଯାଇନାହିଁ । ଗରିବ ଲୋକଙ୍କୁ ମାଗଣାରେ ଔଷଧ ଦେବା ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।

ହେଲେ ଗରିବ ରୋଗୀ ଔଷଧ ପାଉନଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସରକାରୀ ଔଷଧ ବଂଟନ ବଦଳରେ ଫିଙ୍ଗି ଦିଆଯାଉଛି । ଏବେ ପ୍ରଶ୍ନ ଉଠୁଛି ଏତ ପରିମାଣର ଔଷଧ ଜଙ୍ଗଲ ଭିତରକୁ ଆସିଲା କେମିତି? କିଏ ଏହି ଔଷଧକୁ ଫିଙ୍ଗିଛି? ଔଷଧ ଫିଙ୍ଗା ଯିବା ପଛର କାରଣ ଓ ଉଦ୍ଦେଶ୍ୟ କଣ? ଅନ୍ୟପଟେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯିବ ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ।