ପ୍ରଦୂଷଣକୁ ରୋକିବା ଦିଗରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା : ପୁରୁଣା ଗାଡ଼ି ବଦଳାଇ ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ସରକାର ଦେବେ ପ୍ରୋତ୍ସାହନ ରାଶି, ଜାଣନ୍ତୁ କେବେ ହେବ ଆରମ୍ଭ

63

ପେଟ୍ରୋଲ ଏବଂ ଡ଼ିଜେଲ ଚାଳିତ ଗାଡ଼ିର ବ୍ୟବହାରକୁ କମାଇବା ପାଇଁ ସରକାର ଏକ ନୂଆ ବାଟ ଆପଣାଇଛନ୍ତି । ଯଦି ଲୋକମାନେ ସେମାନଙ୍କର ପୁରୁଣା ପେଟ୍ରୋଲ ବା ଡ଼ିଜେଲ ଗାଡ଼ିକୁ ବଦଳାଇ ଇଲେକ୍ଟ୍ରିକ ଗାଡ଼ି ଆଣୁଛନ୍ତି ତେବେ ସେମାନଙ୍କୁ ସରାକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଜଣାପଡ଼ିଛି । ଯଦି କେହି ଇଲେକ୍ଟ୍ରିକ ବାଇକ କିଣୁଛନ୍ତି(ମୂଲ୍ୟ ୧.୫ଲକ୍ଷ ଟଙ୍କା)ତେବେ ସେମାନଙ୍କୁ ୩୦,୦୦୦ଟଙ୍କା ପର୍ଯ୍ୟନ୍ତ ସରାକରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଘୋଷଣା କରାଯାଇଛି ।

ସେହି ଭଳି ଭାବରେ ଇଲେକ୍ଟ୍ରିକ୍ କାର୍ ଉପରେ ମଧ୍ୟ ତାହାର ମୁଲ୍ୟ ଅନୁସାରେ ପ୍ରୋତ୍ସାହନ ରାଶି ରଖା ଯାଇଛି । ଯଦି କେହି ୧୫ଲକ୍ଷର ଇଲେକ୍ଟ୍ରିକ୍ କାର୍ କିଣି ତା’କୁ କ୍ୟାବ୍ ଭାବରେ ବ୍ୟବହାର କରୁଛନ୍ତି, ସେମାନଙ୍କୁ ସରକାରଙ୍କ ତରଫରୁ ୧.୫ଲକ୍ଷରୁ ୨.୫ଲକ୍ଷ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ଜଣାପଡ଼ିଛି । ୫ବର୍ଷ ମଧ୍ୟରେ ଯାତ୍ରୀବାହୀ ଗାଡ଼ି ଏବଂ ବାଇକ୍ ସୋ’ରୁମ୍ ଖୋଲିବା ପାଇଁ ୧,୫୦୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ସାରା ଦେଶରେ ଚାର୍ଜିଂ ଷ୍ଟେସନ ତିଆରି କରିବା ପାଇଁ ୧,୦୦୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଯୋଜନା କରାଯାଇଛି ।

ଭାରୀ ଉଦ୍ୟୋଗ ବିଭାଗ ଦ୍ୱାରା ପ୍ରସାର କରାଯାଇଥିବା ପ୍ରସ୍ତାବ ଅନୁଯାୟୀ, ପ୍ରତି ୯ ବର୍ଗ କିଲୋମିଟରରେ ଗୋଟେ ଚାର୍ଜିଂ ପଏଣ୍ଟ ରଖା ଯିବା ସହ ପ୍ରଥମେ ସ୍ମାର୍ଟ ସିଟିମାନଙ୍କରେ ଏହି ବ୍ୟବସ୍ଥା ଉପଲବ୍ଧ କରାଯିବ । ପ୍ରଥମେ ଦିଲ୍ଲୀ-ଜୟପୁର,ଦିଲ୍ଲୀ-ଚଣ୍ଡିଗଡ଼,ଚେନ୍ନାଇ-ବେଙ୍ଗାଲୁରୁ ଏବଂ ମୁମ୍ବାଇ-ପୁନେ ହାଇେେଓ୍ଵର ଦୁଇ ପାର୍ଶ୍ୱରେ ଚାର୍ଜିଂ ଷ୍ଟେସନ ରଖାଯିବ । ତେବେ ଦେଶରେ ବଢ଼ି ଚାଲିଥିବା ପ୍ରଦୁଷଣକୁ ରୋକିବା ପାଇଁ ସରାକାର ଏହି ନିଷ୍ପତ୍ତି ନେଇଥିବା ବେଳେ ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ଜଣା ପଡ଼ିଛି ।