ସାରା ବିଶ୍ୱରେ କରୋନାର ଓମିକ୍ରନ ଭାରିଆଣ୍ଟ ଆତଙ୍କ : ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଆଜିଠାରୁ ଲାଗୁ

136

କନକ ବ୍ୟୁରୋ : କୋଭିଡ୍‌ର ନୂଆ ଘାତକ ପ୍ରଜାତି ‘ଓମିକ୍ରନ୍‌’କୁ ନେଇ ଏବେ ବିଶ୍ବବ୍ୟାପୀ ଭୟ ଓ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି । ସମଗ୍ର ଏସିଆ, ୟୁରୋପ, ଆମେରିକା ଏବଂ ଆଫ୍ରିକାରେ ଏବେ ସତର୍କତା ପଦକ୍ଷେପ ବଢ଼ାଇ ଦିଆଯାଇଛି । ଭାରତର ବ୍ୟସ୍ତବହୁଳ ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦର ସମେତ ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମଦାବାଦ, ଚେନ୍ନାଇ, କୋଲକାତା, କୋଚିନ ଏବଂ ପୁନେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବିଦେଶରୁ ପହଞ୍ଚୁଥିବା ଯାତ୍ରୀମାନଙ୍କ ଉପରେ କଡ଼ା ନଜର ରଖାଯାଇଛି । ଆଜିଠାରୁ ବିଦେଶ ଫେରନ୍ତାଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଲାଗୁ ହୋଇଛି । ସଂଶୋଧିତ ଗାଇଡଲାଇନ ଅନୁସାରେ…

– ଯାତ୍ରା ପୂର୍ବରୁ ୧୪ ଦିନର ଯାତ୍ରା ସମ୍ପର୍କିତ ବିବରଣୀ ଦେବାକୁ ପଡିବ
ଏୟାର ସୁବିଧା ପୋର୍ଟାଲରେ ଆରଟି-ପିସିଆର ନେଗେଟିଭ ରିପୋର୍ଟ ଅପଲୋଡ କରିବାକୁ ପଡିବ
-ରିପୋର୍ଟ ଯାତ୍ରାର ୭୨ ଘଂଟା ପୂର୍ବରୁ ହୋଇଥିବ
– ଯାତ୍ରୀଙ୍କୁ ସେଲ୍ଫ ଡିକ୍ଲାରେସନ୍ ଫର୍ମ ପୂରଣ ଓ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅପଲୋଡ୍ କରିବାକୁ ପଡିବ
-‘ଆଟ୍ ରିସ୍କ’ ବା ଓମିକ୍ରନ ପ୍ରଭାବିତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଆରଟି-ପିସିଆର୍ ଟେଷ୍ଟ କରାଯିବ
– ନେଗେଟିଭ୍ ରିପୋର୍ଟ ଆସିଲେ ୭ ଦିନିଆ ଘରୋଇ ସଙ୍ଗରୋଧରେ ରହିବେ
– ଅଷ୍ଟମ ଦିନ ପୁଣି କରୋନା ପରୀକ୍ଷା କରାଯିବ
-ପଜିଟିଭ୍ ଆସିଲେ ଜେନମ୍ ସିକ୍ୟୁଏନ୍ସିଂ ପାଇଁ ନମୁନା ପଠାଯିବ
-ପ୍ରଭାବିତ ଦେଶରୁ ଆସିଥିବା ଯାତ୍ରୀ ପଜିଟିଭ୍ ହେଲେ ନମୁନା ଜେନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯିବ
– ପ୍ରୋଟୋକଲ ଅନୁସାରେ ଚିକିତ୍ସା କରାଯିବ