ମଙ୍କିପକ୍ସ ପାଇଁ କେନ୍ଦ୍ରର ଗାଇଡଲାଇନ । ସଂକ୍ରମିତ ହେଲେ ତୁରନ୍ତ ସଙ୍ଗରୋଧରେ ରହିବାକୁ ପରାମର୍ଶ ।

207

କନକ ବ୍ୟୁରୋ : ମଙ୍କିପକ୍ସ ପାଇଁ କେନ୍ଦ୍ରର ଗାଇଡଲାଇନ । କେନ୍ଦ୍ର ସରକାର ମକିପକ୍ସ ସହ ଲଢେଇ ପାଇଁ ଜାରିକରିଛନ୍ତି ଗାଇଡଲାଇନ । କୌଣସି ସନ୍ଦିଗ୍ଧ ଆସିଲେ ତୁରନ୍ତ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ରୋଗ ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଛି । ତେଣୁ ଗୋଟିଏ ମାମଲା ସାମ୍ନାକୁ ଆସିଲେ ବି ଗୁରୁତର ସହ ନେବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଆସିବାର ସମ୍ଭାବନା ରହିଛି ତେଣୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ମଙ୍କିପକ୍ସରେ ସଂକ୍ରମିତ ହେଉଛନ୍ତି ତେବେ ତୁରନ୍ତ ସଙ୍ଗରୋଧରେ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ରୋଗରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି ।