କାଲି ଲ୍ୟାଣ୍ଡଫଲ୍ କରିବ ଭୟଙ୍କର ବାତ୍ୟା ‘ଫୋନି’ । ସକାଳୁ ଘରୁ ନବାହାରିବା ପାଇଁ ଜାରି ହେଲା ସତର୍କ ସୂଚନା । 

1,698

କନକ ବ୍ୟୁରୋ : ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଥିବା ସାମୁଦ୍ରିକ ଝଡ ‘ଫୋନି’ ଏବେ ପୁରୀଠାରୁ ୩୩୦ କିଲୋମିଟର ଦୂର ଓ ବିଶାଖପାଟଣାରୁ ୧୮୦ କିଲୋମିଟର ଦୂରରେ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି, ଆସନ୍ତାକାଲି ଦିନ ୧୦ଟାରୁ ୧୨ଟା ସୁଦ୍ଧା ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଫୋନି । ଏହି ସମୟରେ ସର୍ବାଧିକ ୨୧୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଆସନ୍ତାକାଲି ସକାଳୁ କେହି ଘରୁ ବାହାରକୁ ନବାହାରିବା ପାଇଁ ଜନସାଧାରଣଙ୍କୁ କୁହାଯାଇଛି । ଦୋକାନ, ବଜାର, ଅଫିସ, ଗାଡି ମଟର ଚଳାଚଳ ସବୁ ବନ୍ଦ ରଖିବା ପାଇଁ କୁହାଯାଇଛି । ବାତ୍ୟା ଅତିକ୍ରମ ନକରିବା ପର୍ଯ୍ୟନ୍ତ ସମସ୍ତେ ଘର ଭିତରେ ନିରାପଦରେ ରୁହନ୍ତୁ ।

ବାତ୍ୟା ଫୋନି ନେଇ ଇଷ୍ଟକୋଷ୍ଟ ପକ୍ଷରୁ ଜାରି ହେଲା ହେଲ୍ପ ଲାଇନ୍ ନମ୍ବର । ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/୨୩୦୧୫୨୫/୨୩୦୧୬୨୫, ଖୋର୍ଦ୍ଧାରୋଡ଼ ପାଇଁ   -୦୬୭୪-୨୪୯୦୦୧୦/୨୪୯୨୫୧୧/୨୪୯୨୬୨୧, କଟକ ପାଇଁ ୦୬୭୧-୨୨୦୧୮୬୫, ବ୍ରହ୍ମପୁର-୦୬୮୦-୨୨୨୯୬୩୨, ଭଦ୍ରକ ପାଇଁ ୦୬୭୮୧-୨୩୦୮୨୭,  ସମ୍ବଲପୁର-୦୬୬୩-୨୫୩୨୨୩୦/୨୫୩୩୦୩୭/୨୫୩୨୩୦୨ ନମ୍ବର ଜାରି କରାଯାଇଛି ।