କନକ ବ୍ୟୁରୋ: ମୁଁ ବି ଦେବି ଜଗାକୁ ଜାଗା... ବଡ ଠାକୁରଙ୍କ ବଡ ଦେଉଳ ପାଇଁ ମୋ ଜମି ନେଇଯାଅ... ସବୁ ତ ତାରି ଦାନ... ଏ ଜୀବନ ଆଉ ଏ ଜମି ବି... ସବୁର ମାଲିକ ତ ସେହି କାଳିଆ ସାଆନ୍ତ...

Advertisment

ମହାପ୍ରଭୁଙ୍କ ପାଇଁ ମନରେ ଏମିତି କିଛି ଭାବି ଜମି ଦାନ କରୁଛନ୍ତି ଭକ୍ତ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱେଚ୍ଛାକୃତ ଭାବେ ଜମି ଦାନ କରୁଛନ୍ତି ଶ୍ରୀକ୍ଷେତ୍ରବାସୀ । ମନ୍ଦିରର ନିରାପତ୍ତା ପାଇଁ ଜମି ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିବା ପରେ ଲୋକଙ୍କ ବଢିଛି ଆଗ୍ରହ । ସାଆନ୍ତଙ୍କ ପାଇଁ ସ୍ୱେଚ୍ଛାକୃତ ଜମି ଦାନ କରିବାକୁ ଆଗେଇ ଆସିଛନ୍ତି ଲୋକେ ।

publive-image

ତେବେ ଶ୍ରୀମନ୍ଦିରକୁ ଜମି ଦାନ ପାଇଁ ଲୋକେ ଅକୁଣ୍ଠ ଚିତରେ ଅନାଇ ବସିଥିବା ବେଳେ ଲୋକଙ୍କ ଆଗ୍ରହକୁ ଦେଖି ଜମି ଦାନ ପ୍ରକ୍ରିୟାର ସମୟ ସୀମାକୁ ଘୁଞ୍ଚାଇ ଦେଇଛନ୍ତି ରାଜ୍ୟ ସରକାର । ଜମି ଦାନର ସମୟ ସୀମାକୁ ଆଉ ସପ୍ତାହେ ବଢାଯାଇଛି । ସ୍ଥାନୀୟ ଲୋକଙ୍କ ଅଦ୍ଭୂତ୍ତପୂର୍ବ ସମର୍ଥନ ଦେଇ ସରକାର ଆଉ ୭ ଦିବ ବଢାଇ ଦେଇଛନ୍ତି । ତେବେ ଡିସେମ୍ବର ୯ ତାରିଖ ଯାଏଁ ଶ୍ରୀମନ୍ଦିରକୁ ଘରୋଇ ଜମି ପ୍ରଦାନ କରାଯିବ ।

ସେପଟେ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଦେଇଥିଲେ । ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବାର ମାତ୍ର ୪୦ ଦିନ ଭିତରେ ଅଦ୍ଭୂତପୂର୍ବ ସମର୍ଥନ ମିଳିିଥିଲା । ମାତ୍ର ୪୦ ଦିନରେ ୭୫ ପ୍ରତିଶତ ଘରୋଇ ଜମି ସଂଗ୍ରହ ହୋଇଥିଲା ।

ତେବେ ଶ୍ରୀମନ୍ଦିର ଚାରିପଟରୁ ଜବରଦଖଲ ହଟାଇବା ପରେ ତାର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଦେବାକୁ ଆହ୍ୱାନ ଦେଇଥିଲେ ରାଜ୍ୟ ସରକାର । ତେବେ ଜମି ଦେବା ପରେ କାଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ କହିଲେ କି, ମହାପ୍ରଭୁ ଓ ତାଙ୍କ ଶ୍ରୀମନ୍ଦିର ଓଡିଆ ଜାତିର ସବୁକିଛି । ସେ ଆମର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ।