କାହାକୁ ପ୍ରଥମେ ମିଳିବ କରୋନା ଟୀକା ? ୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଦେଶରେ ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା, କରୋନା ଯୋଦ୍ଧାଙ୍କ ସହ ଫୋକସରେ ବରିଷ୍ଠ ନାଗରିକ ।

Advertisment
କାହାକୁ ପ୍ରଥମେ ମିଳିବ କରୋନା ଟୀକା ? ୩୦ କୋଟି ଲୋକଙ୍କୁ ଟିକା ଦେବା ପାଇଁ ଦେଶରେ ଆରମ୍ଭ ହେଲା ଚିହ୍ନଟ ପ୍ରକ୍ରିୟା, କରୋନା ଯୋଦ୍ଧାଙ୍କ ସହ ଫୋକସରେ ବରିଷ୍ଠ ନାଗରିକ ।

କନକ ବ୍ୟୁରୋ : ଭାରତରେ ପ୍ରଥମେ କାହାକୁ ମିଳିବ କରୋନା ଟିକା ? ୩୦ କୋଟି ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ । କରୋନା ମୁକାବିଲା ପାଇଁ ବିଶ୍ୱର ଏକାଧିକ ଦେଶ ଟିକା ବାହାର କରିବା କାମରେ ଲାଗୁଛନ୍ତି । ଆସନ୍ତାବର୍ଷ ଆରମ୍ଭରେ କରୋନା ଟିକା ମିଳିଯିବା ନେଇ ଆଶା କରାଯାଉଛି । ଏପରି ସ୍ଥିତିରେ ଭାରତ ସରକାର କରୋନା ଟିକା ବଂଟନ ନେଇ ପ୍ରସ୍ତୁତ ଆରମ୍ଭ କରି ଦେଇଛନ୍ତି । ଅଗ୍ରାଧିକାର ଭିତିରେ କରୋନା ଟିକା ଦେବା ପାଇଁ ପ୍ରାୟ ୩୦ କୋଟି ଭାରତୀୟଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି ।

ପ୍ରାଥମିକତା ଅଧାରରେ କେଉଁମାନଙ୍କୁ ପ୍ରଥମେ କରୋନା ଟିକା ଦିଆଯିବ, ଏବେ ତାହାର ତାଲିକା ପ୍ରସ୍ତୁତ କରାଯାଉଛି । ଏଥିରେ ବିଶେଷ କରି ଫ୍ରଣ୍ଟ ଲାଇନ କୋଭିଡ ଯୋଦ୍ଧା ଯଥା ସ୍ୱାସ୍ଥ୍ୟସେବା କର୍ମଚାରୀ, ପୁଲିସ, ବିଶୋଧନ କରୁଥିବା କର୍ମଚାରୀଙ୍କୁ ସ୍ଥାନ ଦିଆଯାଇଛି । ୩୦ କୋଟି ଜନତାଙ୍କ ପାଇଁ ୬୦ କୋଟି କୋଭିଡ ଟିକାର ଡୋଜ ଆବଶ୍ୟକ ପଡିବ ।

ଥରେ କରୋନା ଟିକା ପାଇଁ ଅନୁମତି ମିଳିଗଲେ, ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଅଗ୍ରାଧିକାର ଭିତିରେ ଟିକା ପାଇବାକୁ ଥିବା ୩୦ କୋଟି ଜନତାଙ୍କୁ ୪ଟି ଶ୍ରେଣୀରେ ଭାଗ କରାଯାଇଛି ।

୫୦ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ
୨ କୋଟି ପୋଲିସ, ମୁନସିପାଲ କର୍ମଚାରୀ ଓ ସେନା ବାହିନୀର ଯବାନ
୨୬ କୋଟି ୫୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି
୫୦ ବର୍ଷରୁ କମ ବୟସ ଅଥଚ ଏକାଧିକ ରୋଗରେ ପୀଡିତ ବ୍ୟକ୍ତି

କରୋନା ଟିକା ବିତରଣ ପାଇଁ ନୀତି ଆୟୋଗ ସଦସ୍ୟ ଡକ୍ଟର ବିକେ ପାଲଙ୍କ ଅଧ୍ୟକ୍ଷତାରେ ଗଠିତ ବିଶେଷଜ୍ଞ ଦଳ ଏକ ଡ୍ରାଫ୍ଟ ତିଆରି କରିଛନ୍ତି । ବିଶେଷଜ୍ଞ ଦଳର ଆକଳନ ଦେଶର ପ୍ରାୟ ୨୩ ପ୍ରତିଶତ ଲୋକଙ୍କୁ ମିଳିଯିବ କରୋନା ଟିକା । ଭାକସିନର ବ୍ୟବାହାର ପାଇଁ ଅନୁମତି ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ । ବର୍ତମାନ ଦେଶରେ ତିନିଟି ଟିକାର ମାନବ ପରୀକ୍ଷଣ ଜାରି ରହିଛି । ଏଥିରୁ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ସହ ସହବନ୍ଧିତ ଥିବା ପୁନେର ସିରମ ଇନଷ୍ଟିଚ୍ୟୁଟର ମାନବ ପରୀକ୍ଷଣ ସବୁଠୁ ଆଗରେ ରହିଛି । ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ତଥ୍ୟ ଆସିଯିବ ବୋଲି କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe