‘କାଳିଆ’ ଯୋଜନାର କଳା କାହାଣୀ । ୫୧ ଲକ୍ଷରୁ ୩ଲକ୍ଷ ୪୧ ହଜାର ଅଯୋଗ୍ୟ, ହିତାଧିକାରୀଙ୍କ ତାଲିକାରେ ସରକାରୀ ଚାକିରିଆ ଓ ନାବାଳକ ।

Advertisment
‘କାଳିଆ’ ଯୋଜନାର କଳା କାହାଣୀ । ୫୧ ଲକ୍ଷରୁ ୩ଲକ୍ଷ ୪୧ ହଜାର ଅଯୋଗ୍ୟ, ହିତାଧିକାରୀଙ୍କ ତାଲିକାରେ ସରକାରୀ ଚାକିରିଆ ଓ ନାବାଳକ ।

କନକ ବ୍ୟୁରୋ : ପଦାରେ ପଡିଲା କାଳିଆ ଯୋଜନାର କଳା କାହାଣୀ । ସରକାର କହୁଛନ୍ତି ୨୦ ହଜାର ସରକାରୀ ଓ ପେନସନ ଭୋଗୀ କାଳିଆ ଟଙ୍କା ନେଇଛନ୍ତି । ନାବାଳକ, ନାବାଳିକାଙ୍କୁ ମଧ୍ୟ ଆର୍ଥିକ ସହାୟତା ମିଳିଛି । ମୋଟ୍ ୫୧ଲକ୍ଷ ୫ହଜାର ୨୯୦ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟ ବାହାରିଛନ୍ତି ୩ଲକ୍ଷ ୪୧ ହଜାର ହିତାଧିକାରୀ । କାଳିଆ ଟଙ୍କା ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି, ସରକାରୀ କର୍ମଚାରୀଙ୍କ ଦରମାରୁ ଟଙ୍କା କଟିବ । ଆଉ ଯିଏ ସ୍ୱତଃ ଟଙ୍କା ଫେରାଇବାକୁ ଚାହିଁବେ ସେମାନଙ୍କ ପାଇଁ ଏକ ଆକାଉଂଟ ନମ୍ବର ମଧ୍ୟ ଜାରି କରାଯାଇଛି ।

publive-imageଯୋଗ୍ୟ-ଅଯୋଗ୍ୟର ଲମ୍ବା କସରତ ଭିତରେ କାଳିଆ ଯୋଜନାକୁ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା କାହାରିକୁ ବି ବିଚଳିତ କରିଦେବ । କାରଣ ଚାଷୀଙ୍କ କଲ୍ୟାଣ ପାଇଁ ହୋଇଥିବା ରାଜ୍ୟ ସରକାରଙ୍କ ସବୁଠୁ ଚର୍ଚ୍ଚିତ ‘କାଳିଆ’ ଯୋଜନାରେ କେଉଁମାନେ ଅଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ତାଙ୍କ ବାବଦକୁ କେତେ ଟଙ୍କା ରାଜକୋଷରୁ ଯାଇଛି ନଜର ପକାନ୍ତୁ ।
-୨୦ ହଜାର ସରକାରୀ ଚାକିରିଆ ଓ ପେନସନ୍ ଭୋଗୀ ଅର୍ଥାତ୍ ୧୦ କୋଟି
-୯ ହଜାର ନାବାଳକ/ନାବାଳିକା ଅର୍ଥାତ୍ ୪ କୋଟି ୫୦ ଲକ୍ଷ
-୧୨ ହଜାର ବଡ଼ ଚାଷୀ ଅର୍ଥାତ୍ ବଡ଼ ଚାଷୀଙ୍କ ନାଁରେ ଯାଇଛି ୬କୋଟି

ଏହି ତାଲିକା ଆହୁରି ଲମ୍ବା । ଆଉ ମୋଟ୍ ୫୧ ଲକ୍ଷ ୫ ହଜାର ୨୯୦ ହିତାଧିକାରୀଙ୍କ ମଧ୍ୟରୁ ଅଯୋଗ୍ୟ ବିବେଚିତ ହୋଇଛନ୍ତି ୩ଲକ୍ଷ ୪୧ ହଜାର ହିତାଧିକାରୀ । ଏବେ ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଆଣିବା ସରକାରଙ୍କ ପାଇଁ ଏକ ବଡ ଆହ୍ୱାନ ପାଲଟିଛି । ଆଉ ଏଥିପାଇଁ ଭିନ୍ନ ଭିନ୍ନ ତରିକା ଆପଣାଇବାକୁ ଯାଇଛନ୍ତି ସରକାର ।

-ସରକାରୀ ଚାକିରିଆ ଏବଂ ପେନସନଭୋଗୀ ପାଇଥିବା କାଳିଆ ଟଙ୍କା ସ୍ୱାଭାବିକ ଭାବେ ଟଙ୍କା ନଫେରାଇଲେ ଦରମା ବା ପେନସନରୁ ଏହି ରାଶି ଭରଣା କରାଯିବ
- ନାବାଳିକ/ନାବାଳିକା ପାଇଥିବା କାଳିଆ ଟଙ୍କାକୁ ସଂପୃକ୍ତ ପରିବାରର ଯୋଗ୍ୟ ହିତାଧିକାରୀଙ୍କ ପରବର୍ତ୍ତୀ କିସ୍ତି ସହାୟତା ରାଶି ସହ ବ୍ୟବସ୍ଥିତ କରାଯିବ
-ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି କାଳିଆ ଟଙ୍କା ପାଇଥିଲେ,ପରିବାରର ଯୋଗ୍ୟ ହତାଧିକାରୀଙ୍କ ପରବର୍ତ୍ତୀ କିସ୍ତି ସହାୟତା ରାଶି ସହ ବ୍ୟବସ୍ଥିତ କରାଯିବ
ଏସବୁ ବ୍ୟତୀତ କୌଣସି ଯୋଗ୍ୟ ବା ଅଯୋଗ୍ୟ ହିତାଧିକାରୀ ସ୍ୱତଃପ୍ରବୃତ ଭାବରେ କାଳିଆ ଟଙ୍କା ଫେରାଇବାକୁ ଚାହୁଁଥିଲେ ଓଡ଼ିଶା ସଚିବାଳୟ ଶାଖାର ଆକାଉଣ୍ଟ ନମ୍ବର-୩୮୪୭୪୫୦୦୭୬୨ରେ ଫେରସ୍ତ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe