ଭାଟ୍ ବଢ଼ାଇବା ପରେ ରାଜ୍ୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର: ପେଟ୍ରୋଲ ଉପରେ ୨୬ରୁ ୩୨%, ଡିଜେଲରେ ୨୬ରୁ ୨୮%କୁ ବୃଦ୍ଧି; ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ତେଲ ଦର?

ଭାଟ୍ ବଢ଼ାଇବା ପରେ ରାଜ୍ୟରେ ମହଙ୍ଗା ହେଲା ପେଟ୍ରୋଲ, ଡିଜେଲ ଦର: ପେଟ୍ରୋଲ ଉପରେ ୨୬ରୁ ୩୨%, ଡିଜେଲରେ ୨୬ରୁ ୨୮%କୁ ବୃଦ୍ଧି; ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ତେଲ ଦର?

କନକ ବ୍ୟୁରୋ: ତାଲାବନ୍ଦ ଜାରି ରହିଥିବା ବେଳେ ରାଜ୍ୟରେ ଖାଉଟିଙ୍କ ଉପରେ ହୋଇଛି ମହଙ୍ଗା ମାଡ । ପେଟ୍ରୋଲ ଓ ଡିଜେଲ ଉପରେ ଭାଟ ବୃଦ୍ଧି କରିଛନ୍ତି ସରକାର । ପେଟ୍ରୋଲ ଲିଟର ପିଛା ୨୬ ପ୍ରତିଶତରୁ ୩୨ ପ୍ରତିଶତକୁ ଭାଟ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ହେବା ପରେ ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ବୃଦ୍ଧି ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୧ ଟଙ୍କା ୬୯ ପଇସାରେ ବିକ୍ରି ହୋଇଥିବା ବେଳେ ଡିଜେଲ ଲିଟର ପିଛା ୬୭ ଟଙ୍କା ୭୬ ପଇସା ହୋଇଛି ।

ସେହିପରି କଟକରେ ୭୧ ଟଙ୍କା ୭୪ ପଇସା ହୋଇଥିବା ବେଳେ ୬୭ ଟଙ୍କା ୮୬ ପଇସା ହୋଇଛନ୍ତି । ସେହିପରି ନବରଙ୍ଗପୁରରେ ପେଟ୍ରୋଲ ଦର ୭୫ ଟଙ୍କା ୨୪ ପଇସା ହୋଇଥିବା ବେଳେ ମାଲକାନଗିରିରେ ପେଟ୍ରୋଲ ଦର ୭୫ ଟଙ୍କା ୯୮ ପଇସା ରହିଛି । ୨୦୧୬ ଜାନୁୟାରୀ ମାସ ପରେ ପ୍ରଥମ ଥର ଭାଟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏହି ବର୍ଦ୍ଧିତ ରାଜସ୍ୱ - ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଅନ୍ୟାନ୍ୟ ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ହେବ ବୋଲି ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ପ୍ରେସ ବିଜ୍ଞପ୍ତିିରେ ଦର୍ଶାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe