ବଢିଲା ଘରୋଇ ବସ୍ ଭଡା: ଡିଲକ୍ସ ଓ ଏସି ଡିଲକ୍ସ ବସରେ ୬ପଇସା ଓ ଅର୍ଡିନାରୀ ଏବଂ ଏକ୍ସପ୍ରେସରେ ବଢିଲା ୩ପଇସା

ତେଲ ଦର ବଢିବାରୁ ବଢିଲା ଭଡା

501

କନକ ବ୍ୟୁରୋ: ବାରମ୍ବାର ତୈଳଦର ବୃଦ୍ଧି ଯୋଗୁଁ ଅଟୋମେଟିକ ମେକାନିଜମ ସିଷ୍ଟମ ଅନୁସାରେ ରାଜ୍ୟରେ ଘରୋଇ ବସଭଡା ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ଘରୋଇ ବସ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଶେଷଥର ପାଇଁ ମାର୍ଚ ୨୧ ତାରିଖରେ ବସ ଭଡା କମିଥିଲା । ଏହି ଲକଡାଉନ ସମୟରେ ତେଲ ଦର ବଢିଛି । ଏହି କ୍ରମରେ ଅର୍ଡିନାରୀ ବସ ସେବା ୬୭ ପଇସାରୁ ୭୦ ପଇସା, ଏକ୍ସପ୍ରେସ ବସଭଡା ୭୦ରୁ ୭୩ ପଇସା, ଡିଲକ୍ସ ବସ ଭଡା ୯୫ ପଇସାରୁ ଏକଟଙ୍କା ୧ ପଇସା ଓ ଏସି ଡିଲକ୍ସ ୧ ଟଙ୍କା ୧୭ ପଇସାରୁ ୧ ଟଙ୍କା ୨୩ ପଇସାକୁ ବୃଦ୍ଧି ପାଇଛି ।