କନକ ବ୍ୟୁରୋ : ରାଜ୍ୟରେ ଶସ୍ତା ହେଲା କରୋନା ନମୁନା ପରୀକ୍ଷା । ଏଣିକି ମାତ୍ର ଶହେ ଟଙ୍କାରେ ଘରୋଇ ଲାବରୋଟୋରୀରେ ହୋଇପାରିବ କରୋନା ନମୁନା ପରୀକ୍ଷା । ଆଂଟିଜେନ ପରୀକ୍ଷା ପାଇଁ ସର୍ବାଧିକ ମୂଲ୍ୟ ଶହେ ଟଙ୍କା ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର । ଏହା ଭିତରେ ଜିଏସଟି ଅନ୍ତର୍ଭୁକ୍ତ ରହିଛି । ଅର୍ଥାତ ଏହି ପରୀକ୍ଷା ପାଇଁ କୌଣସି ଲାବରୋଟୋରୀ ଶହେ ଟଙ୍କାରୁ ଅଧିକ ମୂଲ୍ୟ ନେଇପାରିବେ ନାହିଁ ।
ଭୁବନେଶ୍ୱର ଆରଏମଆରସିର ତତ୍ୱାବଧାନରେ ଆଇସିଏମଆରର ଗାଇଡଲାଇନ ଅନୁସାରେ ଘରୋଇ ଲାବରୋଟୋରୀରେ ଆଂଟିଜେନ ପରୀକ୍ଷା ହେବ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆଂଟିଜେନ ଟେଷ୍ଟ ପାଇଁ ୪ ଶହ ଟଙ୍କା ଦେବାକୁ ପଡୁଥିଲା । ସେହିଭଳି ଆରଟିପିସିଆର ଟେଷ୍ଟ ପାଇଁ ୧୨୦୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି ସରକାର । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଥିବା ବେଳେ ଓଡ଼ିଶାରେ ଟେଷ୍ଟିଂ ଦର କମାଇବା ନିଶ୍ଚିତ ଭାବେ ସାଧାରଣ ଲୋକଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/iStock-1212568044-696x464.jpg)