କନକ ବ୍ୟୁରୋ: ଦଲାଲଙ୍କ ଉପରେ ଏବେ ସରକାରଙ୍କ ନଜର । ଭଙ୍ଗାଗଲା ଆରଟିଓଙ୍କ ଗୁମୁଟି । ଭୁବନେଶ୍ୱର ଆରଟିଓ ଅଫିସ ସମ୍ମୁଖରେ ଦଲାଲମାନେ ରହୁଥିବା ଅସ୍ଥାୟୀ ଘରକୁ ଭାଙ୍ଗିଛି ପ୍ରଶାସନ । ଆଚର୍ଯ୍ୟ ବିହାର ସ୍ଥିତ ଆରଟିଓ ୱାନ୍ ଅଫିସ ସମ୍ମୁଖରେ ଥିବା ଓ ପଛ ପଟେ ଥିବା ଘରକୁ ବୁଲଡୋଜର ସାହାର୍ଯ୍ୟରେ ଭଙ୍ଗାଯାଉଛି । ପାଖାପାଖି ୩୦ଟି ଗୁୁମୁଟିକୁ ଭଙ୍ଗାଯାଇଛି ।ଗାନ୍ଧୀ ଜୟନ୍ତରୁ ଆରମ୍ଭ ହେବାକୁ ଥିବା ‘ମୋ ସରକାର’କାର୍ଯ୍ୟକ୍ରମ ପୂର୍ବରୁ ବିଭିନ୍ନ ସରକାରୀ ଅଫିସରେ ଥିବା ଦଲାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ । ମେଡିକାଲ ଓ ଆରଟିଓ ଅଫିସରେ ଥିବା ଦଲାଲଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ଅନ୍ୟପଟେ, ଆରଟିଓରୁ ଦଲାଲମାନଙ୍କୁ ହଟାଇବା ପାଇଁ ଅନେକ ବ୍ୟବସ୍ଥା କରାଯାଉଥିବା ବେଳେ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ମଧ୍ୟ ପରିବହନ ବିଭାଗ ତରଫରୁ ବ୍ୟବସ୍ଥା କରାଯାଇଛି । ଉପଯୁକ୍ତ ସୂଚନା ଅଭାବରୁ ଲୋକମାନେ ବାରଦୁଆର ନହେବେ ସେଥିପାଇଁ ଆଜିଠୁ ଭୁବନେଶ୍ୱରରେ ଦୁଇଟି ସ୍ଥାନରେ କ୍ୟାମ୍ପ ଖୋଲାଯାଇଛି । ଆରଟିଓ-୧ ଅଧୀନରେ ବନ୍ଦ ହୋଇ ଯାଇଥିବା ଦୁଇ ଲର୍ଣ୍ଣର୍ସ ଲାଇସେନ୍ସ ପ୍ରସ୍ତୁତ କ୍ୟାମ୍ପ ଅଫିସକୁ ପୁଣି ଥରେ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ସହିଦ ନଗର ବିଏମସି ୱାର୍ଡ ଅଫିସ୍ ଓ ଏଜି ଛକରେ ଥିବା ଓଏସଆରଟିସି ଅଫିସ୍ ପରିସରରେ ଏହି କ୍ୟାମ୍ପ ଖୋଲିବାକୁ ନୋଟିସ୍ ଜାରି ହୋଇଛି। ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ଅଫିସ୍ କାମ କରିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/DALAL-3.jpg)
/kanak/media/post_attachments/wp-content/uploads/2019/09/vlcsnap-2019-09-30-12h12m52s253-300x170.png)